ସ୍ଵଭାବକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଜୟନ୍ତୀ ପାଳିତ   

Advertisment
ସ୍ଵଭାବକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଜୟନ୍ତୀ ପାଳିତ   

Sambad

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଲା ଗ୍ରାମ ନାରାୟଣନଗର ଗ୍ରାମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଜୟନ୍ତୀ ଗୁରୁବାର ମେହେର ସମାଜ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇମାସ ପୂର୍ବରୁ ରାଜସ୍ଥାନ ଠାରୁ ଏହି ମୂର୍ତ୍ତି ତିଆରି କରାଯାଉ ନାରାୟଣନଗର ଗ୍ରାମକୁ ଅଣାଯାଇଥିଲା। ବରିଷ୍ଠ ସଦସ୍ୟ ନାରାୟଣ ମେହେରଙ୍କ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେହେର ସମାଜର ମୁଖିଆ କୁଶ ମେହେର ପୂଜାକାର୍ଯ୍ୟ କରିଥିବା ବେଳେ ରଘୁନାଥ ମେହେର ଓ ଭଗବାନ ମେହେର ସହଯୋଗ କରିଥିଲେ। ପ୍ରଥମେ ଏକ ସୁସଜ୍ଜିତ ବିମାନରେ କବିଙ୍କ ପ୍ରତିଛବି ନେଇ ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିରେ ମହିଳା ଓ ପୁରୁଷ ଯୋଗଦାନ କରି କବିଙ୍କ ଜୀବନୀ ବୃତାନ୍ତ ଗାନ କରିଥିଲେ।
ପ୍ରତେକ ବର୍ଷ ଗ୍ରାମରେ କବିଙ୍କ ଜୟନ୍ତୀ ପାଳନ କରାଯିବାକୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାରାୟଣନଗର ମେହେର ସମାଜର ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇ କବିଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରେ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ମେହେର, ଉପେନ୍ଦ୍ର ମେହେର, ପ୍ରମୋଦ ମେହେର, ବନମାଳୀ ମେହେର, ଗୋବିନ୍ଦ ମେହେର, ରାଜକିଶୋର ମେହେର, ସତ୍ୟା ମେହେର, ସରୋଜ ମେହେର, ଟଙ୍କଧର ମେହେର, ପିତାମ୍ବର ମେହେର, ମହାଦେବ ମେହେର, ସନବାବୁ ମେହେର, ନେପାଳ ମେହେର, ବାବୁ ମେହେର, ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe