ମହିଳା ମହାବିଦ୍ୟାଳୟରେ ବିଶ୍ବ ସାକ୍ଷରତା ଦିବସ: ଓଏସଓୟୁ ପକ୍ଷରୁ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସମ୍ବର୍ଦ୍ଧିତ

ମହିଳା ମହାବିଦ୍ୟାଳୟରେ ବିଶ୍ବ ସାକ୍ଷରତା ଦିବସ: ଓଏସଓୟୁ ପକ୍ଷରୁ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସମ୍ବର୍ଦ୍ଧିତ

Sambad

ରାଇରଙ୍ଗପୁର: ଓଡ଼ିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ୟାଳୟ (ଓଏସଓୟୁ) ମହିଳା ମହାବିଦ୍ୟାଳୟ ରାଇରଙ୍ଗପୁର ପକ୍ଷରୁ ବିଶ୍ବ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି। ଓଏସଓୟୁ ଶିକ୍ଷାର୍ଥୀ ମାନେ ଉପସ୍ଥିତ ରହି ବିଶ୍ବ ସାକ୍ଷରତା ଦିବସ ଉପରେ ମନ୍ତବ୍ୟ ରଖି ସମସ୍ତେ ଏହି ଦିବସର ସାର୍ଥକତା ଏବଂ ଓଏସଓୟୁ ଅନ୍ୟାନ୍ୟ ଭୁମିକା ସମ୍ବନ୍ଧରେ ଆଲୋଚନା କରିଥିଲେ। କୋଅର୍ଡିନେଟର ବିଜୟ କୁମାର ରାମଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଓଏସଓୟୁର କାଉନ୍ସେଲର ଡକ୍ଟର ରାଜେନ୍ଦ୍ର ମଣ୍ଡଳଙ୍କୁ ତାଙ୍କର ଡକ୍ଟରେଟ ଡିଗ୍ରୀ ସଫଳତା ପାଇଁ ଓଏସଓୟୁ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଏସଓୟୁ ଶିକ୍ଷାର୍ଥୀ ବାସୁଦେବ ହେମ୍ଭ୍ରମ ଓ ଦେବବ୍ରତ ମଣ୍ଡଳ ପୁଷ୍ପଗୁଚ୍ଛ ସମେତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

publive-image Sambad

ବିଜୟ ରାମ ତାଙ୍କର ବକ୍ତବ୍ୟରେ ବିଶ୍ବ ସାକ୍ଷରତା ଦିବସକୁ ଆଧାର କରି ‘ସମସ୍ତେ ପଢ଼ନ୍ତୁ ସମସ୍ତେ ବଢନ୍ତୁ’ ସ୍ଲୋଗାନ ଦେଇଥିଲେ। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ୟରେ ବିଶ୍ବ ସାକ୍ଷରତା ଦିବସର ମହତ୍ବ ସହିତ ଓଏସଓୟୁର ଶିକ୍ଷାର୍ଥୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ଏବଂ ପିଏଚଡି ଡିଗ୍ରୀର ଗରିମା ବଖାଣିଥିଲେ। ସାଲୁ ମୁର୍ମୁ, ମାୟା ମାହାଲି, ସୁଲକ୍ଷଣା, ଦୀପିକା ମହାରାଣା, କାରୁ ମାରାଣ୍ଡି, ରୁଦ୍ରନାଥ ଧୀର, ତରୁଣ ମହାନ୍ତ, ଶିଖାରାଣୀ ମହାନ୍ତ, ରଞ୍ଜୀତା ସୋରେନ, ରାଜୁ ମହାନ୍ତ, ଲିଲି ସୋଏ, ରାଧାମୋହନ ନାଏକ, ଅମୁଲ୍ୟ ନନ୍ଦ ଓ ଅନ୍ୟାନ୍ୟ ଶିକ୍ଷାର୍ଥୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ସମାପନ ହେଲା। ଶ୍ୟାମ ସୁନ୍ଦର ମଣ୍ଡଳ ତାଙ୍କର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe