ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସଦଭାବନା ଦିବସ ଅନୁଷ୍ଠିତ

Advertisment
ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସଦଭାବନା ଦିବସ ଅନୁଷ୍ଠିତ

Sambad

ରାୟଗଡା: ରାଉଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି। ରାୟଗଡା ଜିଲ୍ଲା ସଦର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ଭାସ୍କର ରୋଇତ ଯୋଗଦେଇ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଜାତି, ବର୍ଣ୍ଣ, ଧର୍ମରୁ ଉର୍ଦ୍ଧରେ ରହି ସମସ୍ତ ଜଣ ସାଧାରଣଙ୍କ ଆପତ୍ତି, ଅଭିଯୋଗ ଗୁଡିକ ସମାଧାନ କରିବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସେକ୍ସନ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହାୟକ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଜରୁରୀକାଳୀନ ଅଧିକାରୀ ସୂର୍ଯ୍ୟମାନୀ ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ରାୟଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଭୀମସେନ ଶବର ସମସ୍ତ କର୍ମଚାରୀ, ସେକ୍ସନ ଅଫିସର ମାନଙ୍କୁ ଶପଥ ପାଠ କରାଇଥିଲେ। ସେହିପରି ଗୁଣପୁର ଉପଖଣ୍ଡ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ସୁଜାତା ପାଢ଼ୀ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ସେକ୍ସନ ଅଧିକାରୀ ମନରଞ୍ଜନି କାର୍ଜି ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

publive-image Sambad

ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଗୁଣପୁର ତହସିଲ କାର୍ଯ୍ୟାଳୟ ଠାରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ସେକ୍ସନ ଅଧିକାରୀ ରାମଚନ୍ଦ୍ର ଖୁଣ୍ଟିଆ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଗୁଡ଼ାରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାରତୀ ଦେବୀ ସଦଭାବନା ଦିବସର ଶପଥ ପାଠ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କରାଇଥିଲେ। ଅତିରିକ୍ତ ତହସିଲଦାର ହୃଷିକେଶ ରଥ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe