ଉତ୍କଳ ଆଲୁମିନା ତରଫରୁ ଜାତୀୟ ପୋଷଣ ମାସ ପାଳିତ

Advertisment
ଉତ୍କଳ ଆଲୁମିନା ତରଫରୁ ଜାତୀୟ ପୋଷଣ ମାସ ପାଳିତ

Sambad

ରାୟଗଡା: ଗୋଷ୍ଠୀ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ନିଜର ନିରବଚ୍ଛିନ୍ନ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଟିକିରି ସ୍ଥିତ ପୁରୁଣା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ‘ଜାତୀୟ ପୋଷଣ ମାସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଜନସାଧାରଣଙ୍କ ମଧ୍ୟରେ ବିଶେଷକରି ମହିଳା ଓ ଶିଶୁଙ୍କ ନିମନ୍ତେ ଉତ୍ତମ ପୁଷ୍ଟିସାଧନ, ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟକର ପୋଷଣଯୁକ୍ତ ଖାଦ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାଶୀପୁର ବ୍ଲକ୍‍ର ଆଇସିଡିଏସ୍‍ ବିଭାଗ ସହିତ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିକଟସ୍ଥ ଗ୍ରାମ ଗୁଡିକରୁ ଅଙ୍ଗନବାଡି କର୍ମୀ, ଆଶା, ଆଇସିଡିଏସ୍‍ର ମହିଳା ସୁପରଭାଇଜରଙ୍କ ସମେତ ପ୍ରାୟ ୨ଶହ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା, ଅନୁଭୂତି ସହଭାଗିତା ଏବଂ ବିଭିନ୍ନ ଖାଦ୍ୟ ପ୍ରଦର୍ଶନ ଆଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ରହିଥିଲା। ମହିଳା ମାନଙ୍କୁ ଏବଂ ବିଶେଷକରି ସନ୍ତାନ ପ୍ରସବ କରିବାକୁ ଥିବା ମା’ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଉପରେ କାର୍ଯ୍ୟକ୍ରମରେ ଦୃଷ୍ଟି ଦିଆଯାଇ ଥିଲା। ମହିଳା ମାନଙ୍କୁ ଗର୍ଭଧାରଣ ଏବଂ ସ୍ତନ୍ୟପାନ କରାଇବା ସମୟରେ ବିଶେଷଭାବରେ ସୁପାରିଶ କରାଯାଉଥିବା ପ୍ରୋଟିନ ଏବଂ ଭିଟାମିନ ସେବନ କରିବା ସମ୍ପର୍କରେ ଅବଗତ ଓ ସଚେତନ କରାଯାଇଥିଲା।

publive-image Sambad

ଏଥିପାଇଁ ବିଭିନ୍ନ ଖାଦ୍ୟର ପ୍ରଦର୍ଶନ ସହିତ ସେଗୁଡିକର ପୁଷ୍ଟିକର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଶୈଶବାବସ୍ଥା ଯତ୍ନ କିଭଳି ଏକ ଶିଶୁର ସାମାଜିକ, ବୌଦ୍ଧିକ, ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଭାବଗତ ଆବଶ୍ୟକତର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ସେ ସମ୍ପର୍କରେ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ଉଜ୍ଜ୍ୱଳା ଉତ୍କଳ ଲେଡିଜ୍‍ କ୍ଲବର ସଭାପତି ହିନା ବେଗ୍‍, ସିଡିପିଓ ଇନଚାର୍ଜ ଯଶମଣି ହିଆଲ, ମେଡିକାଲ ଇନଚାର୍ଜ ଡଃ. ଜନ୍ମେଜୟ ଦାଶ, ବିପିଏମ ସୁନିଲ ରାୟ, ପ୍ରିନସିପାଲ ଏବିପିଏସ୍‍ ରିଙ୍କୁ ବାନାର୍ଜୀ, ଶିବ ମହାପାତ୍ର, ହେଡ୍‍ ସିଏସ୍‍ଆର ଆଣ୍ଡ୍‍ ସିଆର୍‍ ଉତ୍କଳ ଆଲୁମିନା ଲୋପାମୁଦ୍ରା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ ବିଷୟବସ୍ତୁ ସମ୍ପର୍କରେ ଉତ୍ସାହିତ କରିବା ସହିତ ପୁଷ୍ଟିସାଧନ ମାସ ପାଳନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଡିପାର୍ଟମେଣ୍ଟ ହେଡ୍‍ ସିଏସଆର୍‍ ପ୍ଲାଣ୍ଟ ନିହାରିକା ସାହୁ ଉତ୍କଳ ଆଲୁମିନାର ସିଏସ୍‍ଆର ଟିମ୍‍ ସହିତ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe