ଜୟପୁର: ନାଚଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଛାର ସୁଅ ଭିତରେ ଆସି ସାରିଛି ଇ˚ରାଜୀ ନବବର୍ଷ ୨୦୨୧। ନୂଆବର୍ଷର ପ୍ରଥମ ଦିନକୁ ଖୁସିବାସି କରି ସ୍ବାଗତ କରିବାର ମଉକା ମିସ୍ କରି ନାହାନ୍ତି ଲୋକେ। ନୂଆବର୍ଷର ଧୁମ୍ରେ ସାମିଲ ହୋଇ ମଜା ଲୁଟିଛନ୍ତି। ଜୟପୁର ଉପକଣ୍ଠରେ ରହିଥିବା ସବୁ ପର୍ଯ୍ୟଟନସ୍ଥଳୀରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ ପରିଲକ୍ଷିତ ହେବା ସହ ଲୋକେ ସାମାଜିକ ଗଣମାଧ୍ୟମ ସହ ଫୋନ ଯୋଗେଁ ପରିବାରବର୍ଗଙ୍କୁ ଖୁସି ମନାସିଥିଲେ। ପୁରୁଣାକୁ ବିଦାୟ ଦେଇ ନୂଆକୁ ସ୍ବାଗତ କରିବା ପାଇଁ ଗତ ରାତି କଫ୍ୟୁ ଜାରି ହୋଇଥିଲେ ମଧ୍ୟ ଜିରୋ ଆଵାରରେ ମସ୍ତିରେ ଝୁମିଥିଲା ସହର। କେଉଁଠି ରାତି ଅଧିଆ ପାର୍ଟି ତ ଆଉ କେଉଁଠି ବନ୍ଧୁମିଳନ। ଯୁବଗୋଷ୍ଠୀଙ୍କ ଭିତରେ ଭୋଜି ଭାତର ଆସର ସାଙ୍ଗକୁ ନାଚଗୀତର ଧୁମ୍ ବି ଚାଲିଥିଲା। ବିଦାୟୀ ୨୦୨୦ର ଶେଷ ଦିନକୁ ପୂରା ଷ୍ଟାଇଲ୍ରେ ବିଦାୟ ଦେବାର ସୁଯୋଗକୁ ସେମାନେ ଯେମିତି ହାତଛଡ଼ା କରିବାକୁ ପ୍ରସ୍ତୁତ ନ ଥିଲେ। ଭଲ ପାଗ ଥିବାରୁ କିଛି ହୋଟେଲ୍, ମଣ୍ତପ ଓ କ୍ଳବରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା।
/sambad/media/post_attachments/wp-content/uploads/2021/01/537a0637-9140-480a-ad91-c9b70d149bdd.jpg)
ଘର ଆଗରେ ରଙ୍ଗୋଲୀ ସଜା ଯାଇଥିବାବେଳେ କିଛି ଘରେ ଲିଚୁ ଲାଗିଥିଲା। ରାତି ୧୨ଟା ବାଜୁ ବାଜୁ ଠାଏ ଠାଏ ବାଣରେ ଫୁଟାଇଥିଲେ ଲୋକେ। ରାତିସାରା ମତୁଆଲ ହୋଇଥିବା ସହର ଆଜି ସକାଳୁ ମନ୍ଦିର ମନସ୍କ ହୋଇ ଯାଇଥିଲା। କୋଭିଡ କଟକଣା ମଧ୍ୟରେ ଲୋକମାନେ ଦେବ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ପସନ୍ଦ କରିଥିଲେ। ସେଥିପାଇଁ ଆଜି ସକାଳୁ ସବୁ ମନ୍ଦିରରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପରିବାର ସହ ଲୋକେ ମନ୍ଦିର ଯାଇ ଶୂଭ ମନାସି ଥିଲେ। ଜଗନ୍ନାଥ ମନ୍ଦିର, ଭଗବତୀ ମନ୍ଦିର, ଜଗତଜନନୀ ମନ୍ଦିର, କାଳି ମନ୍ଦିର, ସାଇ ମନ୍ଦିରରେ ଦିନ ସାରା ଶ୍ରଦ୍ଧାଳୁଙ୍କ ଗହଳି ଥିଲା। ସକାଳ ଓ ସ˚ଜରେ ଅଧିକ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଦେବ ଦର୍ଶନ ପରେ ଥିଲା ଶୁଭେଛା ଓ ଅଭିନନ୍ଦନ ଆଦାନପ୍ରଦାନର ପର୍ବ। କିଏ ଫୁଲ ଓ ଆଉ କିଏ ଫୁଲତୋଡ଼ା ଦେଇ ଶୁଭେଛା ଜଣାଇଥିଲେ।
/sambad/media/post_attachments/wp-content/uploads/2021/01/6a4846c1-d26a-435d-ac7f-2f33fcc5c6d3.jpg)
ଏହାପରେ କିଛି ଲୋକ ଭୋଜିଭାତ ଓ ବନ୍ଧୁମିଳନରେ ସମୟ କାଟିଥିଲେ। ଶୁକ୍ରବାର ଥିବାରୁ ବଣଭୋଜି ବେଶ୍ ଜମି ଥିଲା। ତେଣୁ ବିଭିନ୍ନ ପିକନିକ୍ ସ୍ପଟରେ ଗହଳି ଥିଲା। ଗଡପଦର, କୋଲାବ, ମାଳିଗୁଡା, ସତୀଗୁଡା, ହାତିଶାଳ ପରି ଜାଗାରେ ବହୁ ପିକିନିକ ପାର୍ଟି ପହଞ୍ଚିଥିଲେ। ଆଉ କେତେକ ସ୍ଥାନରେ କିଛି ଅନୁଷ୍ଠାନ ବନ୍ଧୁମିଳନର ଆୟୋଜନ କରିଥିଲେ। ସେହିପରି ବଜାର ବୁଲିବା ସହ ବାହାରେ ଖାଇ ନୂଆବର୍ଷ ପାଳିଛନ୍ତି। ସେଥିପାଇଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଭଲ ଭିଡ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/7f0cc042-ba2b-4d67-8f88-4952563fa4c9.jpg)