ଏନସିଇଆରଟି ପାଠ୍ୟକ୍ରମ ପୁସ୍ତକ ଅନଲାଇନରେ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ତାଗିଦ୍

Advertisment
ପୁଣି ବିବାଦରେ ଏନ୍‌ସିଇଆର୍‌ଟି

Latest Laws

ଖୋର୍ଦ୍ଧା : ଖୋର୍ଦ୍ଧାର ଘରୋଇ ସଂସ୍ଥାଦ୍ୱାରା ପରିଚାଳିତ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଏନସିଇଆରଟି ଓ ଏନସିଇଆରଟି ପାଠ୍ୟକ୍ରମ ଅନୁସାରେ ପୁସ୍ତକଗୁଡ଼ିକୁ ସମ୍ପୃକ୍ତ ସ୍କୁଲ କର୍ତୃପକ୍ଷ ଅନଲାଇନରେ ପ୍ରକାଶ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଚିଠି ନଂ ୧୪୭୩ରେ ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ୨୦୨୦ ଅପ୍ରିଲ୍ ୨୦ ତାରିଖରେ ଓଡ଼ିଶା ମାନବାଧିକାର କମିଶନ ବାସୁଦେବ ଭଟ୍ଟଙ୍କ ଆବେଦନର ବିଚାର କରି ସମସ୍ତ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ନିଜର ୱେବସାଇଟ୍, ଇମେଲ୍, ୱାଟ୍ସଆପରେ ଏନସିଇଆରଟି/ଏସ୍ଇଆରଟି ପାଠ୍ୟକ୍ରମ ଅନୁସାରେ ଉପଲବ୍ଧ ପୁସ୍ତକଗୁଡ଼ିକର ତାଲିକା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଜିଲ୍ଲାପାଳ ଗତ ବର୍ଷ ଜୁନ୍ ୨ ତାରିଖରେ ସମସ୍ତ ସ୍କୁଲ କର୍ତୃପକ୍ଷଙ୍କୁ ଚିଠି ଲେଖି ଏହା ପାଳନ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ କୌଣସି ସ୍କୁଲ ଏହା ପାଳନ କରିନାହାନ୍ତି । ଏଣୁ ଏହି ନିର୍ଦେଶ ଯଥାଶୀଘ୍ର ପାଳନ କରି ଅନଲାଇନରେ ପ୍ରକାଶ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ସୂଚିତ କରିବାକୁ ତାଗିଦ୍ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe