ଜାନୁଗଂଜ ଶନି ମନ୍ଦିରରୁ ଚୋରୀ

ଜାନୁଗଂଜ ଶନି ମନ୍ଦିରରୁ ଚୋରୀ

Sambad

ଭଦ୍ରକ: ଭଦ୍ରକ ସହରର ଜାନୁଗଂଜସ୍ଥିତ ଶନି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଯାଇଛି। କେହି ଦୁର୍ବୁତ ରାତିରେ ମନ୍ଦିରର ଗ୍ରୀଲ ଭାଙ୍ଗି ମନ୍ଦିର ଭିତରେ ପଶି ଠାକୁରଙ୍କୁ ଦାନ ବାକ୍ସ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କର ଦାନ ଟଙ୍କାକୁ ନେଇ ଯାଇଛି। ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ନେଇ ଯିବା ପରେ ବ‌ାକ୍ସ ଟିକୁ ମନ୍ଦିର ନିକଟସ୍ଥ ପଡିଆରେ ପକାଇ ଦେଇଥିଲେ। ମନ୍ଦିର ଭିତରେ ଠାକୁରଙ୍କର ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ଏଭଳି କାଣ୍ଡ ଘଟାଇଥିବା ବେଳେ ଆଜି ସକାଳେ ଭକ୍ତମାନେ ପୂଜା ଅର୍ଚ୍ଚନା କରିବାକୁ ମନ୍ଦିରକୁ ଆସିବା ‌ ବେଳେ ମନ୍ଦିରର ଗ୍ରିଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

publive-image

ପରେ ମନ୍ଦିର ହୁଣ୍ତି ନଥିବା ଦେଖିଥିଲେ। ଏହିି ଘଟଣା ପରେ ସ୍ଥାନୀୟ ଲୋକମାନେ ଭଦ୍ରକ ଟାଉନ ପୁଲିସକୁ ଖବର ଦେଇଥିଲେ। ସୂଚନା ପା‌ଇ ଭଦ୍ରକ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe