ଜଙ୍ଗଲ ଭିତରେ ପଡିଛି ଯୁବକ-ଯୁବତୀଙ୍କ ମୃତ ଦେହ ହତ୍ୟା ସନ୍ଦେହ

ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାର  ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ  ଯୁବକଯୁବତୀଙ୍କ ମୃତ ଶରୀର ପଡିଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଜଙ୍ଗଲ ଭିତରେ ଲୋକଙ୍କ ଗହଳି ଲାଗିରହି ଥିବା ବେଳେ ପୁଇତଲା -ଦେଓଗାଁ ପୁଲିସ ସୀମାକୁ ନେଇ ଆଲୋଚନା ଜାରି ରଖିଛନ୍ତି...

8amznnxap

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାର  ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ  ଯୁବକଯୁବତୀଙ୍କ ମୃତ ଶରୀର ପଡିଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଜଙ୍ଗଲ ଭିତରେ ଲୋକଙ୍କ ଗହଳି ଲାଗିରହି ଥିବା ବେଳେ ପୁଇତଲା -ଦେଓଗାଁ ପୁଲିସ ସୀମାକୁ ନେଇ ଆଲୋଚନା ଜାରି ରଖିଛନ୍ତି।

ମୃତକ ଦୁହେଁ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ କିଏ ପ୍ରେମୀଯୁଗଳଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଛି ନା ସେମାନେ ନିଜର ଜୀବନ ନେଇଛନ୍ତି ସେ ନେଇ ତଦନ୍ତ କରିବା ପରେ ସତ ସମ୍ନାକୁ ଆସିବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ଉପରଝର ଘାଟିରୁ ତଣ୍ଡାମୁଣ୍ଡା ଯିବା ରାସ୍ତାର ବୁଲାଣି ନିକଟରେ ଥିବା ଏକ ବୁଦା ଭିତରେ ମୃତଦେହ ଦୁଇଟି ପଡିରହିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ। ପରେ ଏହାକୁ ନେଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe