ମହାପ୍ରୟାଣ କାହା ପାଇଁ..? ବାଇକ୍‌ରେ ବୁହା ହେଲା ନାବାଳିକାଙ୍କ ଶବ

Advertisment
ମହାପ୍ରୟାଣ କାହା ପାଇଁ..? ବାଇକ୍‌ରେ ବୁହା ହେଲା ନାବାଳିକାଙ୍କ ଶବ

କେନ୍ଦ୍ରାପଡ଼ା: ଶବକୁ ମିଳିଲାନି ସମ୍ମାନ। ବ୍ୟବଚ୍ଛେଦ ପରେ ମେଡିକାଲ୍‌ରୁ ଘରକୁ ବାଇକ୍‌ରେ ବୋହି ନେଲେ ଶବ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ସହରରେ ଲୋକମାନଙ୍କୁ ହତବାକ୍‌ କରିଦେଇଛି। ମହାପ୍ରୟାଣ ଗାଡ଼ି ଥାଉ ଥାଉ ମେଡିକାଲ୍‌ରୁ କିଭଳି ଜଣେ ଆଠବର୍ଷର ଝିଅର ଶବକୁ ବ୍ୟବଚ୍ଛେଦ ପରେ ବାପା ଓ ଦାଦା ବାଇକ୍‌ ମଝି ସିଟ୍‌ରେ ରଖି ନେଇଗଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନାନୁଯାୟୀ, ଡେରାବିଶ ଥାନା ଛଚିଣା ଗ୍ରାମର ସୁନାକର କାଣ୍ତିଙ୍କ ଆଠ ବର୍ଷର ନାବାଳିକା ଝିଅକୁ ଆଜି ବିଷଧର ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଝିଅକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ସରିବା ପରେ କଳାଜରିରେ ସ˚ପୂର୍ଣ୍ଣ ଗୁଡ଼ା ଯାଇଥିବା ଝିଅର ଶବକୁ ମଝି ସିଟ୍‌ରେ ରଖି ବାପା ଓ ଦାଦା ବାଇକ୍‌ର ନେଇ ଯାଇଥିଲେ।

publive-image Sambad

ଗୋବରୀ ରାସ୍ତାରେ ଘର ଅଭିମୁଖେ ଯାଉଥିବା ବେଳେ ଗଣମାଧୢମ ପ୍ରତିନିଧିଙ୍କ ଆଖିରେ ଏହି ଦୃଶ୍ୟ ପଡ଼ିଥିଲା। ଘଟଣା ସ˚ପର୍କରେ ପଚରାଯିବାରୁ ବାପା ସୁନାକର କହିଥିଲେ ଯେ ବ୍ୟବଚ୍ଛେଦ ପରେ ଶବ ନେଇଯିବାକୁ କହିଲେ। ମୁଁ ବାଇକ୍‌ରେ ନେଇ ଆସିଲି। ଅନ୍ୟପକ୍ଷରେ ସିଡିଏମ୍‌ଓ ଡାକ୍ତର ଅନିତା ପଟ୍ଟନାୟକଙ୍କ କହିବା କଥା ହେଉଛି, ମହାପ୍ରୟାଣ ଗାଡ଼ି କଥା ମୃତକ ପରିବାର ଲୋକ ମାଗିଥିଲେ ଦିଆଯାଇଥା'ନ୍ତା। କିନ୍ତୁ ସେ ଗାଡ଼ି ମାଗି ନାହାନ୍ତି। ହେଲେ ପ୍ରଶ୍ନ ଉଠୁଛି ଯେ ମେଡିକାଲ୍‌ରୁ ଜଣେ ବ୍ୟକ୍ତି ବାଇକ୍‌ରେ ଶବ ନେଇ ଆସୁଥିବା ଦୃଶ୍ୟ କିଭଳି କାହା ଆଖିରେ ପଡ଼ିଲା ନାହିଁ? ମେଡିକାଲ୍‌ରେ ନିୟୋଜିତ ସୁରକ୍ଷା କର୍ମୀ କ'ଣ କରୁଥିଲେ? କାହିଁକି ସେମାନଙ୍କୁ ମେଡିକାଲ୍‌ରୁ ଏଭଳି ଅସମ୍ମାନ ଢଙ୍ଗରେ ବାଇକ୍‌ରେ ବସାଇ ଶବ ନେଇ ଯିବା ପାଇଁ ଛାଡ଼ି ଦିଆଗଲା? ବିଭାଗୀୟ କର୍ତୃପକ୍ଷ ମୃତକଙ୍କ ପିତା ଗାଡ଼ି ମାଗି ନଥିବାର ଦ୍ବାହି ଦେଇ ଖସିଯାଇଥିଲେ ବି ଏଭଳି ଅଭାବନୀୟ ଘଟଣା ମେଡିକାଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe