ଶବକୁ ଅପମାନ: ହସ୍‌ପିଟାଲରେ ନାହିଁ ମହାପ୍ରୟାଣ ଗାଡ଼ି, ୨ କିଲୋମିଟର ମୃତଦେହକୁ ବୋହି ନେଲେ ପରିବାର ଲୋକେ

Advertisment
ଶବକୁ ଅପମାନ: ହସ୍‌ପିଟାଲରେ ନାହିଁ ମହାପ୍ରୟାଣ ଗାଡ଼ି, ୨ କିଲୋମିଟର ମୃତଦେହକୁ ବୋହି ନେଲେ ପରିବାର ଲୋକେ

ବିନିକା: ଶବକୁ ସମ୍ମାନ ମିଳି ନାହିଁ। ପରିବାର ଲୋକେ ପ୍ରାୟ ୨ କିଲୋମିଟର ଯାଏଁ ମୃତଦେହକୁ କାନ୍ଧରେ ବୋହି ନେଇ ଘରେ ପହଞ୍ଚାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ବିନିକା ସହର ମନହରିପଡା ଆନନ୍ଦ ମଲ୍ଲିକ (୪୦)ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଆଜି ପୂର୍ବାହ୍ଣ ୧୧ଟାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୧ଟା ୧୫ ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହ ଘରକୁ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କିଛି ବ୍ୟବସ୍ଥା କରାଯାଇ ନଥିଲା। ପରିବାର ଲୋକେ ମୃତଦେହକୁ ବାଇକ୍‌ରେ ନେବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ କୌଣସି କାରଣରୁ ଏହା ସମ୍ଭବ ହୋଇପାରି ନଥିଲା।

ପରିବାର ଲୋକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚାରି ଚକିଆ ବାହନର ବ୍ୟବସ୍ଥା କରିବାକୁ ସମର୍ଥ ହୋଇଥିଲେ। ତେଣୁ ସେମାନେ ମୃତଦେହକୁ କାନ୍ଧରେ ବୋହି ପ୍ରାୟ ୨ କିଲୋମିଟର ଯାଏଁ ଘରକୁ ନେଇ ଯାଇଥିଲେ।

ସୂଚନାଯୋଗ୍ୟ ବିନିକା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଏଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ଥାନୀୟ ଲୋକେ ନିର୍ଭର କରିଥାନ୍ତି। ମାତ୍ର ଏହି ହସ୍‌ପିଟାଲରେ ମୃତଦେହ ବୋହିବା ପାଇଁ ମହାପ୍ରୟାଣ ଗାଡ଼ି ନାହିଁ। କିଛି ମାସ ତଳେ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ହସ୍‌ପିଟାଲକୁ ଏକ ମହାପ୍ରୟାଣ ଗାଡ଼ି ଦିଆଯିବ। ମାତ୍ର ତତ୍କାଳୀନ ସିଡିଏମ୍‌ଓଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe