କେନାଲରୁ କାର ସହ ମୃତଦେହ ଉଦ୍ଧାର

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

କାମାକ୍ଷାନଗର: କେନାଲ ଭିତରୁ କାର ସହ ଜଣଙ୍କର ମୃତ ଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥ ଠାରୁ କୁଲେଇ ଆଡକୁ ଯାଇଥିବା ରେଙ୍ଗାଲୀ ବାମପାର୍ଶ୍ବ କେନାଲର କୁଲେଇ ଗ୍ରାମ ନିକଟରୁ ଆଜି ଏକ କାର ସହ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ଅନନ୍ତ ସିଂହ। ଘର ପରଜଙ୍ଗ ଥାନା ଝରଣବାହଳ ଗ୍ରାମର ବୋଲି ଜଣାପଡିଛି। ଗତ ୪ ତାରିଖ ଦିନ ଦୀପାବଳି ଠାରୁ ଅନନ୍ତ ନିଖୋଜ ଥିବାରୁ ପରିବାର ଲୋକ ସ୍ଥାନୀୟ ଦଦରା ଘାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ଆଜି ସକାଳୁ ସ୍ଥାନୀୟ ଲୋକ କାରଟି କେନାଲରେ ଭାସୁ ଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଦଦରା ଘାଟି ଫାଣ୍ଡି ପୁଲିସ ପହଁଛି କାରଟିକୁ ଉଦ୍ଧାର କରିଥିଲେ।  ତେବେ କାର ଭିତରୁ ଯେଉଁ ମୃତ ଦେହ ବାହାରିଛି ତାହା ଅନନ୍ତଙ୍କର ବୋଲି ସୂଚନା ମିଳିଛି। ପୁଲିସ ମୃତ ଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe