୧୪ବର୍ଷ ହେବ କାମ ଚଳାରେ ଚାଳିଛି ଶବ ବ୍ୟବଚ୍ଛେଦ ; ଶବସଂରକ୍ଷିତ ଗୃହ କାମ କରୁନି

Advertisment

କଳଙ୍କି ଖାଇଗଲା ଫ୍ରିଜର

କଳଙ୍କି ଖାଇଗଲା ଫ୍ରିଜର

୧୪ବର୍ଷ ହେବ କାମ ଚଳାରେ ଚାଳିଛି ଶବ ବ୍ୟବଚ୍ଛେଦ ; ଶବସଂରକ୍ଷିତ ଗୃହ କାମ କରୁନି

Sambad

ଜୟପୁର: ଗତ ୧୪ବର୍ଷ ହେବ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଜୟପୁର ସହରର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଠାରୁ ଆରମ୍ଭ କରି ଏବେକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ ଚଳାରେ ହିଁ ଚାଳିଛି ଶବବ୍ୟାବଛେଦ। ପୁରୁଣା ଉପଖଣ୍ଡ ଡାକ୍ତରଖାନାର ଶବସଂରକ୍ଷିତ ଗୃହ ଥିଲେ ହେଁ ଏଠାରେ ଫ୍ରିଜର କାମ କରୁ ନଥିଲା। ଉଦଘାଟନର ଅଳ୍ପ କିଛି ଦିନ ମଧ୍ୟରେ ଏହି ଫ୍ରିଜରର ଯନ୍ତ୍ରାଂଶକୁ କେହି ଚୋରାଇ ନେଇଥିଲେ। ତା ପର ଠାରୁ ଏହାକୁ ଆଉ ସଜାଡ଼ା ଯାଇନି। ଅନ୍ୟ ପଟେ ଏହା ଅବ୍ୟବହୃତ ହୋଇ ସେଭଳି ପଡ଼ି ରହି ଏବେ ଏହି ଫ୍ରିଜର କଳଙ୍କି ଖାଇଗଲାଣି। ସଂପ୍ରତି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କାମ ଚଳା ଭାବେ ଅସ୍ଥାୟୀ ଶବସଂରକ୍ଷିତ ଗୃହ କରି ବ୍ୟାବଛେଦ କରାଯାଉଛି।

ତେବେ ଏଠାରେ ଜରୁରୀ, ଗୁରୁତ୍ବପୁର୍ଣ୍ଣ ମାମଲା କିମ୍ବା ଅପରିଚିତ ବ୍ୟକ୍ତି ବିଶେଷଙ୍କ ଶବକୁ ନିୟମ ଅନୁଯାୟୀ ୭୨ଘଣ୍ଟା ଅର୍ଥାତ ତିନି ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ଫ୍ରିଜର ଖଣ୍ଡିକ ବି ନାହିଁ। ଶବବ୍ୟାବଛେଦର ତୁରନ୍ତ ବାଦେ ଯଦି ମୃତକଙ୍କର ସଂପର୍କୀୟ କିମ୍ବା ପରିବାରବର୍ଗ କେହି ନଥିଲେ ଉକ୍ତ ମରଶରୀରକୁ ଫ୍ରିଜର ମଧ୍ୟରେ ୭୨ଘଣ୍ଟା ରଖାଯିବା ନିୟମ ରହିଛି। ତେବେ ଏଠାରେ ସ୍ଥାୟୀ ଶବ ସଂରକ୍ଷିତ ଗୃହ ହିଁ ନଥିବା ବେଳେ ଫ୍ରିଜର କେଉଁଠି ଆଣି ରଖାଯିବ ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ କୋଠା ନିର୍ମାଣ ପରେ ସେଠାରେ ସ୍ବତନ୍ତ୍ର ଭାବେ ଶବ ସଂରକ୍ଷିତ ଗୃହ ନିର୍ମାଣ କରାଯାଇ ତାହା ମଧ୍ୟରେ ଫ୍ରିଜର ଲଗାଯିବା ଯୋଜନା ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।

ପ୍ରକାଶଯୋଗ୍ୟ, ପୁରୁଣା ଉପଖଣ୍ତ ଡାକ୍ତରଖାନା ପରିସରରେ ଥିବା ଶବ ସ˚ରକ୍ଷିତ ଗୃହର ଫ୍ରିଜର ଉଦଘାଟନ ହେବାର କିଛି ଦିନ ପରେ ଫ୍ରିଜରର କିଛି ଯନ୍ତ୍ରାଂଶର ଚୋରି ହୋଇଥିଲା। ଚୋରି ପରେ ତତ୍କାଳୀନ ପରିଚାଳନା କର୍ତୃପକ୍ଷ ଖାଲି ଅଭିଯୋଗଟିଏ କରି ଚୁପ୍‌ ବସି ଯାଇଥିଲେ। ଏହାକୁ କିଭଳି ସଜାଡି କାର୍ଯ୍ୟନ୍ବୟନ କରାଯିବ ସେ ଉଦ୍ୟମ କରି ନ ଥିଲେ। ଏହା ଫଳରେ ଏହି ଫ୍ରିଜରଟି ନଷ୍ଟ ହେବା ସହ ସଂପ୍ରତି କଳଙ୍କି ଲାଗିଯାଇଛି। ଫୁଲବାଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ ହେବା ପରେ ପ୍ରାୟ ଦେଢ଼ ବର୍ଷ କାଳ ଉପଖଣ୍ଡ ଚିକିତ୍ସାଳୟରେ ହିଁ ଶବ ବ୍ୟାବଛେଦ କାମଚଳା ପଦ୍ଧତିରେ ଚାଳିଥିଲା। ଗତ କିଛି ମାସ ହେବ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥାୟୀ ଶବ ସଂରକ୍ଷିତ ଗୃହ ତିଆରି କରାଯାଇ ଏଠାରେ ବ୍ୟବଛେଦ କରାଯାଉଛି। ଫ୍ରିଜର ନଥିବାରୁ କୋରାପୁଟ ମେଡିକାଲ କଲେଜ ଶବସଂରକ୍ଷିତ ଗୃହକୁ ପୁଲିସ୍‌ ବାଧୢ ହୋଇ ନେଇକି ଯାଉଛି। ଫଳରେ ସାଧାରଣ ଲୋକେ ଓ ପୁଲିସ୍‌ ନାନା ହଇରାଣ ହରକତ ହେବା ସହ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ୭ମହଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯିବା ଯୋଜନା ରହିଛି। ଏହା ସହ ସ୍ବତନ୍ତ୍ର ଭାବେ ଶବ ସଂରକ୍ଷିତ ଗୃହ ଅଲଗାରେ ନିର୍ମାଣ କରାଯିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ ଆରମ୍ଭ‌ ହେଲେ ଶବସଂରକ୍ଷିତ ଗୃହ ବି ନିର୍ମାଣ ହେବ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ। ପ୍ରଶାସନ ଓରାଜନୈତିକ ନେତା ମାନେ ଜୟପୁରରେ ସଠିକ ଭାବେ ଏହା କେବେ କାର୍ଯ୍ୟନ୍ବୟନ କରାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe