ଝାରସୁଗୁଡ଼ା-ହାଟିଆ ପାସେଞ୍ଜରରୁ ମୃତଦେହ ଉଦ୍ଧାର

ମୃତକଙ୍କ ଆଖି ତାଡ଼ିନେବା ଘଟଣା : ଆଜି ତଦନ୍ତ କରିବେ ସ୍ବତନ୍ତ୍ର ଟିମ୍‌

timesnownews.com

ଝାରସୁଗୁଡ଼ା: ଝାରସୁଗୁଡ଼ା- ହାଟିଆ ମେମୁ ଟ୍ରେନର ଏକ ବଗି ମଧ୍ୟରୁ ଗୁରୁବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ହାଟିଆରୁ ଆସି ରାତିରେ ଏହି ଟ୍ରେନ ଝାରସୁଗୁଡ଼ାରେ ପହଞ୍ଚିଥିଲା। ସକାଳ ସାଢେ ୮ଟାରେ ଟ୍ରେନ୍‌ ପୁଣି ହାଟିଆ ଅଭିମୂଖେ ଯିବାକୁ ଥିବାରୁ ସବୁ ଦିନ ପରି ସଫେଇ କର୍ମଚାରୀ ଟ୍ରେନ ବଗି ସଫା କରୁଥିବା ବେଳେ ଗୋଟିଏ ବଗିର ସିଟ ଉପରେ ଏକ ମୃତଦେହ ପଡ଼ି ରହିଥିବା ସେମାନେ ଦେଖିଥିଲେ। ଏ ସଂପର୍କରେ ସଫେଇ କର୍ମଚାରୀମାନେ ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇଥିଲେ। ଷ୍ଟେସନ ମ୍ୟାନେଜରଙ୍କ ରିପୋର୍ଟ ପରେ ଜିଆରପି ମୃତଦେହକୁ ଉଦ୍ଧାର କରିଥିଲା ଓ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକତ୍ସାଳୟ ପଠାଇଥିଲା। ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ପାରିନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe