ମାଛଗାଁ କେନାଲରେ ଭାସୁଛି ଅଜଣା ମୃତଦେହ, ହତ୍ୟା ସନ୍ଦେହ

Advertisment
ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ଜଗତସିଂହପୁର ଟାଉନ: ଆଜି ସନ୍ଧ୍ୟାରେ ଜଗତସିଂହପୁର କଲେଜଛକ ନିକଟରେ ଏକ ମୃତଦେହ ମାଛଗାଁ କେନାଲରେ ଭାସୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଦେଖି ଜଗତସିଂହପୁର ଥାନାକୁ ଖବର ଦେଇଥିଲେ। ତେବେ ପୁଲିସ ହାଟ ବଜାର ନିକଟରେ ମୃତଦେହକୁ ଠାବ କରିଛି। ଏ ପର୍ଯ୍ୟନ୍ତ ମୃତଦେହକୁ ଉଧାର କରାଯାଇନାହିଁ। ମୃତଦେହ ତଳ ମୁହାଁ ଥିବାରୁ ମୁହଁ ଦେଖାଯାଉନାହିଁ। ଶବ ପଚି ଦୁର୍ଗନ୍ଧ ହେଲାଣି। ଜଣେ ପୁରୁଷଙ୍କର ବୋଲି ଜଣା ପଡ଼ିଛି। ତିନିରୁ ଚାରିଦିନ ତଳେ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ତେବେ ପୂର୍ବରୁ ଜଣେ ଯୁବକଙ୍କ ମୃତଦେହ ଏଭଳି ଭାସି ଆସିଥିଲା। ସେତେବେଳେର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ମୃତଦେହ ଜବତ କରିଥିଲେ। କିନ୍ତୁ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନଥିଲା। ଆଜି ପୁଣି ଜଣେ ବ୍ୟକ୍ତିଙ୍କ ମୃତହେହ ଭାସୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ କେହି ପେଷାଦାର ଅପରାଧୀ ଏଭଳି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପାଣିରେ ଭାଷାଇ ଦେଉଛି ନା ଏହା ଆତ୍ମହତ୍ୟା ତାକୁ ନେଇ ଆଲୋଚନା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe