୬ଦିନ ଧରି ଲଗାଣ ବର୍ଷା ହେତୁ ପାଣି ଘେରରେ ଗାଁ, ଟ୍ୟୁବରେ ବାନ୍ଧି ଶବକୁ ଶ୍ମଶାନ ଆଣିଲେ ପରିବାରଲୋକେ

୬ଦିନ ଧରି ଲଗାଣ ବର୍ଷା ହେତୁ ପାଣି ଘେରରେ ଗାଁ, ଟ୍ୟୁବରେ ବାନ୍ଧି ଶବକୁ ଶ୍ମଶାନ ଆଣିଲେ ପରିବାରଲୋକେ

ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକର ଘଟକୁଡି ପଞ୍ଚାୟତ ଗୌଡରଣାପଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୬ ଦିନଧରି ଲଗାଣ ବର୍ଷା ଯୋଗୁଁ ଗାଁର ଘର ଓ ରାସ୍ତାଘାଟ ପାଣି ଘେରରେ ରହିଛି। ଏହାରି ଭିତରେ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରଲୋକେ ଉପାୟ ନପାଇ ଶବକୁ ଟ୍ୟୁବରେ ବାନ୍ଧି ଶ୍ମଶାନକୁ ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗୌଡରଣାପଡା ଗାଁରେ ପାଣି ଘେରରେ ରହୁଥିବା ଲୋକଙ୍କ ମଧ୍ୟରୁ ଗତକାଲି ଗାଁର ସ୍ୱର୍ଗତ ଉଦୟନାଥ ଭୋଇଙ୍କ ପତ୍ନୀ କୁନି ଭୋଇଙ୍କ ଦେହାନ୍ତ ହୋଇଥିଲା । ଶବ ସତ୍କାର ପାଇଁ ପାଣିର ପ୍ରଳୟ ପାଟିରୁ ଶବକୁ କେମିତି ଆଣିବେ ସେନେଇ ନାନାପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । କାରଣ ଘରେ ପାଣି, ଦାଣ୍ଡରେ ପାଣି ଯୁଆଡ଼େ ଦେଖିଲେ ସିଆଡେ ଖାଲି ପାଣି ଆଉ ପାଣି । ଶେଷରେ ଉପାୟ ନପାଇ ଶବକୁ ଏକ ଟ୍ୟୁବ୍‌ ଜରିଆରେ ପରିବାରଲୋକେ ଓ ଗ୍ରାମବାସୀ ବେକେ ପାଣିରେ ଶ୍ମଶାସନକୁ ବୋହି ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe