ତୁଳସୀପୁର ବ୍ରିଜ ତଳୁ ଗଳିତ ଶବ ଉଦ୍ଧାର

Advertisment
ବୁର୍ଲା ଆକ୍ରମଣ ଘଟଣା : ୨ ଭାଇ ମୃତ, ବାପାଙ୍କ ଅବସ୍ଥା ସଂକଟାପନ୍ନ, ୫ ବର୍ଷ ତଳର ଶତ୍ରୁତାକୁ ନେଇ ଆକ୍ରମଣ

ନୟାଗଡ଼: ନୟାଗଡ଼ ଟାଉନ୍‌ଥାନା ଅଧୀନ ତୁଳସୀପୁର ବ୍ରିଜ ତଳୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଲେଙ୍କା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ; ଆଜି ତୁଳସୀପୁର ବ୍ରିଜ ତଳେ ଜଣଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଏହି ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ନେଇଛି।

ମୃତଦେହର ଚିହ୍ନଟ ତୁଳସୀପୁର ଗ୍ରାମର ଗୋବିନ୍ଦ ଲେଙ୍କାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଲେଙ୍କା ଭାବେ ହୋଇଛି। ତେବେ ଦୁଇଦିନ ହେଲା ପୂର୍ଣ୍ଣଚନ୍ଦ୍ର ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe