ଅନଲାଇନ୍ ଜୁଆ ଖେଳ କାଳ ହେଲା; ବାକି ଶୁଝି ନ ପାରି ସୁପାରୀ କିଲରଙ୍କୁ ଡାକି ହତ୍ୟା, ୩ ଗିରଫ

Advertisment
ଅନଲାଇନ୍ ଜୁଆ ଖେଳ କାଳ ହେଲା; ବାକି ଶୁଝି ନ ପାରି ସୁପାରୀ କିଲରଙ୍କୁ ଡାକି ହତ୍ୟା, ୩ ଗିରଫ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ଗଣେଶ ମନ୍ଦିର ପଛ ପଟୁ ଗତ ୦୩ ତାରିଖ ଦିନ ଏନ ଲୋଜେଶ୍ୱର ରାଓଙ୍କ ମଝିଆ ପୁଅ ଗଙ୍ଗାପ୍ରସଦ ଚୌଧୁରୀ (୨୭)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।  ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ପକ୍ଷରୁ ପଟ୍ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।

ଉକ୍ତ ଅଭିଯୋଗ ଅନୁସାରେ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା,ପଟ୍ଟାଙ୍ଗି ଆଇଆଇସି ବିଜୟ ରାଜ ମାଝିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଦୀର୍ଘ ଦଶ ଦିନ ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ କରିଛି। ଆଜି ପ୍ରେସ ବିବୃତି ମାଧ୍ୟମରେ ପଟ୍ଟାଙ୍ଗି ପୁଲିସ  ଘଟଣାରେ ବ୍ୟବହୃତ ଏକ ମାରୁତି ସୁଇଫ୍ଟ (ଓଡି ୧୮ ବି ୭୯୯୯) ଏବଂ ଏକ ବୁଲେଟ ମଟରସାଇକଲ (ଓଡି ୦୭ଏଇ ୬୨୧୯) ସହ ତିନିଗୋଟି ହ୍ୟାଣ୍ଡ ଗ୍ଲୋବସ ଏବଂ ଏକ ପ୍ଲାଷ୍ଟିକ ଦୌଡ଼ି ଜବତ କରିଥିବା ଜଣାପଡ଼ିଛି ।

ଘଟଣାରେ ସମ୍ପୃକ୍ତ ଜଣେ ସୁପାରୀ କିଲର ଗଣେଶ ରାଉଳ (୨୨) ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ କୋରସନ୍ଧା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ପାଢୀ (୨୪) ଓ ପଟ୍ଟାଙ୍ଗି ଉପରସାହି ନିବାସୀ ଅଜିତ ଖିଲ(୨୧)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

publive-image peteearley.com

ପୁଲିସ ସୂଚନା ଅନୁଯାୟୀ ଗଙ୍ଗାପ୍ରସାଦ ଚୗଧୁରୀ(କୁନା) ଜଣେ ଅନଲାଇନ କ୍ୟାସିନୋ ଗେମ୍ ଖେଳାଉ ଥିଲେ । ଉକ୍ତ ଗେମ ଖେଳି ପଟ୍ଟାଙ୍ଗି ବ୍ଲକରେ ଶିକ୍ଷକତା କରୁଥିବା ଭାସ୍କର ପାଢ଼ିଙ୍କ ବଡ଼ପୁଅ ସୁନୀଲ କୁମାର ପାଢି  ମୃତ ଗଙ୍ଗାପ୍ରସାଦ ଚୌଧୁରୀଙ୍କୁ ବକେୟା ୩ ଲକ୍ଷ ଟଙ୍କା ଦେବାକୁ ଥିଲା । ସେଥିରୁ ଭାସ୍କର ପାଢ଼ି ଗତ ଅକ୍ଟୋବର ମାସରେ ଦେଢ଼ ଲକ୍ଷ ଟଙ୍କା ମୃତ ଗଙ୍ଗାପ୍ରସାଦ ଚୌଧୁରୀଙ୍କୁ ପୈଠ କରିଥିଲେ। ବକେୟା ରହିଯାଇଥିବା ଦେଢ଼ ଲକ୍ଷ ଟଙ୍କା ନିମନ୍ତେ ପାଢ଼ି ପରିବାରରେ ପ୍ରତିଦିନ ଆଲୋଚନା ଚାଲିଥିଲା ଓ ଏ ନେଇ ଭାସ୍କର ପାଢ଼ି ସବୁଦିନ ଚିନ୍ତାଗ୍ରସ୍ତ ହୋଇ ରହୁଥିଲେ। ଏହା ସାନପୁଅ ଅନୀଲ କୁମାର ପାଢି ଦେଖି ସହ୍ୟ କରିପାରି ନଥିଲା ଓ ଶେଷରେ ଗଙ୍ଗାପ୍ରସାଦଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ନିମନ୍ତେ ଏକ ଯୋଜନା ଆରମ୍ଭ କରିଥିଲା ।

ସେ ଗଜପତି ଜିଲ୍ଲାର ଦୁଇଜଣ ସୁପାରୀ କିଲରଙ୍କ ସହ ଯୋଗାଯାଗ କରିବା ସହ ସେମାନଙ୍କୁ ଗତ ୩ ତାରିଖରେ ପଟ୍ଟାଙ୍ଗି ଡକାଇଥିଲା ଓ ରାତିପ୍ରାୟ ୧୦.୩୦ରେ ସେମାନେ ଗଙ୍ଗା ପ୍ରସାଦଙ୍କୁ ଗଣେଶ ମନ୍ଦିର ନିକଟକୁ ଡକାଇ ଏକ ରସି ସାହାଯ୍ୟରେ ହତ୍ୟାକରି ଘଟଣାସ୍ଥଳରେ ଫିଙ୍ଗିଦେଇ ଚାଲିଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପ୍ରକାଶ କରିଛି। ମୁଖ୍ୟ ଅଭିଯୁକ୍ତ ଅନୀଲ ପାଢ଼ିର ତଦନ୍ତ ସମୟରେ ଗଞ୍ଜେଇ ବ୍ୟବସାୟ ନିମନ୍ତେ ମୃତ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ଠାରୁ ୪୦ ହଜାର ଟଙ୍କା ଆଡଭାନ୍ସ ନେଇଥିବା ସହ ହତ୍ୟା କରିବା ପରେ ସୁପାରୀ କିଲରଙ୍କୁ ଟଙ୍କା ଦେବା ନିମନ୍ତେ ପୁଲିସ ସମ୍ମୁଖରେ ଅନିଲ ପାଢ଼ି ସ୍ୱୀକାର କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe