ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ଏନଏସିର ନିର୍ମାଣଧୀନ କୋଠା ଘରୁ ଠିକାଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଠିକାଦାରଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ। ତାଙ୍କ ଘର ସ୍ଥାନୀୟ ଡିହଗାଁରେ ବୋଲି ଜଣାପଡ଼ିଛି। ସେ ଅନ୍ୟ ଦୁଇ ଠିକାଦାର ଦିବ୍ୟସୁନ୍ଦର ସାହୁ ଓ ବାପି ସାହୁଙ୍କ ସହ ମିଶି ଏହି କୋଠା ନିର୍ମାଣ କରୁଥିଲେ। କୌଣସି କାରଣରୁ ବିବାଦ ପାଇଁ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ଚିତ୍ତରଞ୍ଜନଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି। ଫଳରେ ରାଜରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଂଚିି ଲୋକଙ୍କୁ ବୁଝାସୁଝା କରୁଛି।
ଠିକାଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତା ଅବରୋଧ
Advertisment
Follow Us