ପୁଣି ଏକ ମାଈ ହାତୀର ମୃତ୍ୟୁ, ହତ୍ୟା ସନ୍ଦେହ, ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା

Advertisment
ପୁଣି ଏକ ମାଈ ହାତୀର ମୃତ୍ୟୁ, ହତ୍ୟା ସନ୍ଦେହ, ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା

Image Source--the news minute

ନୂଆଗାଁ/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତଗର୍ତ ଚିତାପୋଡ଼ି ଗ୍ରାମପଞ୍ଚାୟତର କୁଦାହୁଡ଼ାଙ୍ଗ ଗ୍ରାମ ନିକଟରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ହାତୀର ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ଏକ ସପ୍ତାହ ମଧ୍ୟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଅନ୍ୟ ଏକ ହାତୀର ମୃତ୍ୟୁ ଘଟିଥିଲା। ତେଣୁ କମ ଦିନ ଭିତରେ ୨ଟି ହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ କୁଦାହୁଡ଼ାଙ୍ଗ ଗ୍ରାମର ଗାଈ ଜଗୁଥିବା ଲୋକେ ମାଈ ହାତୀର ମୃତଦେହ ଜଙ୍ଗଲରେ ଦେଖିଥିଲେ। ଏହା ପରେ ସେମାନେ ହାତୀ ମୃତ୍ୟୁ ବାବଦରେ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ। ବିଶ୍ରା ରେଞ୍ଜର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏ ସଂପର୍କିତ ସୂଚନା ମିଳିବା ପରେ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

publive-image

ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ହାତୀର ଶୁଣ୍ଢ ଭାଗରେ ଗଭୀର ଆଘାତ ଲାଗିଥିଲା। ଶୁଣ୍ଢରୁ ରକ୍ତସ୍ରାବ ହେଉଥିଲା। ହାତୀର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗର ଅଧିକାରୀମାନେ କହିଥିଲେ।

ସୂଚନାଯୋଗ୍ୟ, ବିଶ୍ରା ବନାଞ୍ଚଳ ଅନ୍ତର୍ଗତ ଚିତାପୋଡ଼ି ପଞ୍ଚାୟତଠାରୁ ୨ କିଲୋମିଟର ଦୂର ଓଡ଼ିଶା ସୀମାନ୍ତ ରୁଙ୍ଘି ଜଙ୍ଗଲରେ ଗତ ୫ ତାରିଖ ଦିନ ଏକ ହାତୀର ମୃତଦେହ ଠାବ ହୋଇଥିଲା। ଖବର ପାଇ ବିଶ୍ରା ଅଞ୍ଚଳର ଅଧିକାରୀ ମାଣିକେଶ୍ୱରୀ ହାଂସଦା ନିଜର ଟିମ୍‌ ନେଇ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଝାଡ଼ଖଣ୍ଡର ଆନନ୍ଦପୁର ବନ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ। ହାତୀର ମୃତ୍ୟୁ ଝାଡ଼ଖଣ୍ଡ ସୀମାରେ ହୋଇଥିଲା। ତେଣୁ ହାତୀର ମୃତଦେହକୁ ଝାଡ଼ଖଣ୍ଡ ବନ ବିଭାଗ ଉଦ୍ଧାର କରି ପୋଷ୍ଟମର୍ଟମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe