DNA India
ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା-ବଡ଼ବିଲ ରାସ୍ତାର ହୋଟେଲ ଦି ୱାର୍ଲଡ ସମ୍ମୁଖରେ ଦୁର୍ଘଟଣାରେ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧.୪୫ରେ ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିବା ଏକ କ୍ୟାମ୍ପର ଗାଡ଼ି ହୋଟେଲ ଦି ୱାର୍ଲଡ ସମ୍ମୁଖରେ ଜଣେ ହାଇୱା ଚାଳକଙ୍କୁ ଧକ୍କା ଦେଇଥିଲା। ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା କ୍ୟାମ୍ପର ଗାଡ଼ିକୁ ଜବତ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।
Follow Us