Shutterstock
ଜୟପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ବ୍ରାହ୍ମଣ କେନ୍ଦୁଗୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଦକ୍ଷିଣ ମୁଖ୍ୟ କେନାଲରୁ ବୁଧବାର ଘେନୁଗୁଡ଼ା ଗ୍ରାମର ବୈଦ୍ୟନାଥ ଧଙ୍ଗଡ଼ାମାଝୀଙ୍କ ଶବ ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ଅପରାହ୍ଣରେ ଶୌଚ ପାଇଁ ଯାଇଥିବା ବେଳେ କେନାଲ ପାଣିରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ।
ବୁଧବାର ସକାଳେ କେନାଲରେ ଏକ ଶବ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ତୁରନ୍ତ କଲମପୁର ପୁଲିସ ଥାନା ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପୁଲିସ ପରିବାର ଲୋକକୁ ହସ୍ତାନ୍ତର କରିଥିଲା।
Follow Us