ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ବଡ଼ମାଳ ରେଲୱେ ଷ୍ଟେସନ ନିକଟରେ ଥିବା ୭୨୨/୮ କିଲୋମିଟର ଖମ୍ବ ନିକଟସ୍ଥ ରେଲୱେ ଟ୍ରାକରୁ ସଇଁତଳା ଥାନା ବରାହମାଲ ଗ୍ରାମର ମାୟା ଧନ ବାଗ(୪୪)ଙ୍କ ମୃତଦେହ ଉଦ୍ଧାର ହୋଇଛି।

ବଲାଙ୍ଗୀର ରେଲୱେ ପୁଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି। ସକାଳର କୌଣସି ଏକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପ୍ରାୟ ୭ଟା ସମୟରେ ରେଲୱେର କର୍ମଚାରୀ ଏହାକୁ ଦେଖିଥିଲେ।

ଖବର ପାଇଁ ରେଲୱେ ପୁଲିସ ଓ ଜିଆରପି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଏକ ହଲ ଚପଲ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲେ। ପରେ ମୃତ ବ୍ୟକ୍ତିର ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚିବା ପରେ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଯାଇଥିଲା। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe