Verywell Mind
ଭଦ୍ରକ: ଟାଉନ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର କଲୋନିରୁ ଗୁରୁବାର ଜଣେ ବିବାହିତ ମହିଳାଙ୍କ ମୃତଦେହ ଜବତ ହୋଇଛି। ଅଧିକ ଯୌତୁକ ଦାବି କରି ଏବଂ ଏହା ନମିଳିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଥାନରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନାର ଅନ୍ନପାଳ ଗାଁର ବିମ୍ବାଧର ବିଶ୍ୱାଳଙ୍କ ଝିଅ ମମତା ଟାଉନ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର କଲୋନି ନିବାସୀ ପ୍ରଫୁଲ୍ଲ ରାୟଙ୍କ ପୁଅ ପ୍ରୀତମ ରାୟଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟାପିତାଙ୍କ ପତରଫରୁ ସୁନା, ରୂପା ଗହଣା, ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଥିଲେ ବି ଶାଶୂଘର ଲୋକେ ଆହୁରି ଅଧିକ ଯୌତୁକ ଦାବି କରି ଆସୁଥିଲେ।
ମମତାଙ୍କ ସ୍ୱାମୀ ପ୍ରୀତମ ବେଙ୍ଗାଲୁରୁରେ ରୁହନ୍ତି। ମମତା ଶୋଇଥିବା ଘର କବାଟ ବହୁ ସମୟ ଧରି ବନ୍ଦ ରହିବା ପରେ ଶ୍ୱଶୂର ଘର ଲୋକେ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମମତାଙ୍କର ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ ପ୍ରଫୁଲ୍ଲ ରାୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଥାନାରେ ଅଭିଯୋଗ କରି ବିମ୍ବାଧର ବିଶ୍ୱାଳ କହିଛନ୍ତି, ଝିଅକୁ ତା’ର ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଆଣିବା ପାଇଁ ପ୍ରବର୍ତ୍ତାଉଥିଲେ। ଏହା ନ ମିଳିବାରୁ ସେମାନେ ହତ୍ୟା କରିଛନ୍ତି ବୋଲି ବିମ୍ବାଧରକୁ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୋର ସାନ ପୁଅ କିଛି ମାସ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏବେ ଝିଅର ମୃତ୍ୟୁ ଦୁଃଖ ଆହୁରି ବଢ଼ାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/04/dead-8.jpg)