ଡିଏଭି ସ୍କୁଲର ନିଖୋଜ ନୃତ୍ୟ ଶିକ୍ଷକଙ୍କ ମୃତଦେହ ପିପିଲିରୁ ଉଦ୍ଧାର

Advertisment
ଡିଏଭି ସ୍କୁଲର ନିଖୋଜ ନୃତ୍ୟ ଶିକ୍ଷକଙ୍କ ମୃତଦେହ ପିପିଲିରୁ ଉଦ୍ଧାର

OST

ଭୁବନେଶ୍ୱର: ସ୍ଥାନୀୟ ଡିଏଭି ସ୍କୁଲର ନିଖୋଜ ନୃତ୍ୟ ଶିକ୍ଷକଙ୍କ ମୃତଦେହ ଗୁରୁବାର ପୁରୀ ଜିଲ୍ଲାର ପିପିଲି ନିକଟରୁ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଥିବା ଡିଏଭି ପୋଖରୀପୁଟର ନୃତ୍ୟ ଶିକ୍ଷକ ବିକାଶ କୁମାର ନାୟକଙ୍କ ମୃତଦେହକୁ ପୁଲିସ ପିପିଲି ନିକଟ ଏକ ପଥର ଖଣିରୁ ଉଦ୍ଧାର କରିଛି। କୋରାପୁଟ ଜିଲ୍ଲାର କୋଟପାଡ ଅଞ୍ଚଳର ଶିକ୍ଷକ ନିଖୋଜ ହେବା ପରେ ତାଙ୍କର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ସ୍ଥାନୀୟ ଲୋକେ ଆଜି ପଥର ଖଣିରେ ଏକ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ମିଳବା ପରେ ପୁଲିସର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥି ସହିତ ପୁଲିସ ଘଟଣାସ୍ଥଳରୁ ବିକାଶ କୁମାରଙ୍କ ସ୍କୁଟର ଓ ପୋଷାକ ଜବତ କରିଛି। ପରିବାର ଲୋକେ ମୃତଦେହ ଚିହ୍ନିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି।

ମୃତକଙ୍କ ଜଣେ ସଂପର୍କୀୟ କହିଛନ୍ତି, ବିକାଶ ପୋଖରିପୁଟରେ କିଛି ବର୍ଷ ହେବ ନିଜ ପରିବାର ସହିତ ରହିଆସୁଥିଲେ। ପରିବାରରେ ଏବେ ତାଙ୍କର ସ୍ତ୍ରୀ ଓ ପୁଅ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe