ନିଖୋଜ ନାବାଳିକାର ମୃତଦେହ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ବୁର୍ଲାର ଏକ ଘରୋଇ ନର୍ସିଂହୋମରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲେ ରୋଗୀ!

East Idaho News

ଭଦ୍ରକ: ନିଖୋଜ ଥିବା ଜନୈକା ନାବାଳିକାର ମୃତଦେହକୁ ପୁଲିସ ଆଜି ଟ୍ରେନ୍‌ ଲାଇନ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀ ମଧ୍ୟରୁ ଉଦ୍ଧାର କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଗାଁରୁ ନାବାଳିକା ଲିଜା ବେହେରା ୪ ଦିନ ପୂର୍ବରୁ ନିଖୋଜ ଥିଲେ। ପୁଲିସ ଆଜି ଲିଜାର ମୃତଦେହକୁ ଚରମ୍ପା ଟ୍ରେନ୍‌ ଲାଇନ୍‌ ନିକଟ ଏକ ପୋଖରୀରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଜଣେ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ତାଙ୍କୁ ଅଟକ ରଖି ଘଟଣା ସଂପର୍କରେ ପଚରାଉଚରା କରୁଥିବା ଜଣାଯାଇଛି।

ପିତା ସନାତନ ବେହେରାଙ୍କ ଦ୍ୱାରା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ୧୬ ବର୍ଷୀୟ ଲିଜା ଗତ ୧୬ ତାରିଖ ଦିନ ଘରୁ କୁଆଡ଼େ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ତା’ପର ଦିନ ଆଖପାଖ ଗାଁ ଓ ବନ୍ଧୁବାନ୍ଧବଙ୍କୁ ଯୋଗାଯୋଗ କରି ମଧ୍ୟ ଲିଜାର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଥାନାରେ ଅଭିଯୋଗ କରିଥିଲେ। ସନାତନଙ୍କ ଏତଲା କ୍ରମେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା।

ତେବେ ଚରମ୍ପା ଟ୍ରେନ୍‌ ଲାଇନ୍‌ କଡ଼ରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ଆଜି ଲିଜାର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହକୁ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ଲିଜାର ମୃତ୍ୟୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe