ନିଖେଜ ଯୁବକର ମୃତଦେହ ଠାବ, ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

Advertisment
ନିଖେଜ ଯୁବକର ମୃତଦେହ ଠାବ, ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

image source--sisat

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦେତାରିମୁଣ୍ଡା ଗାଁ ମୁଣ୍ଡରେ ଜଣେ ଯୁବକର ମୃତ ଦେହ ଠାବ କରା ଯାଇଥିବା ଜଣାପଡିଛି । ତେବେ କିଛି ଦିନ ହେଲା ଦୁନ୍ଦେଲ ଗ୍ରାମର କନ୍ଦର୍ପ ମାଝୀ ନାମକ ଜେନିକ ବ୍ୟକ୍ତି ନିଖୋଜ ଥିବା ନେଇ ଲରମ୍ଭା ଥାନାରେ ତାଙ୍କ ସ୍ତ୍ରୀ ଅଭିଯୋଗ ହୋଇଥିବା ଠାବ କରା ଯାଇଥିବା ମୃତ ଦେହଟି କନ୍ଦର୍ପଙ୍କର ଓ ତାଙ୍କୁ ହତ୍ୟା କରା ଯାଇଥିବା ନେଇ ସନ୍ଦେହ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ଥାନା ଅନ୍ତର୍ଗତ ଦୁନ୍ଦେଲ ଗ୍ରାମର କନ୍ଦର୍ପ ମାଝୀ(୪୫) ନାମକ ଜଣ ବ୍ୟକ୍ତି ନିଜ ଶଶୁର ଘର ଦଲଦଲି ଗ୍ରାମକୁ ଗତ ୩୦ ତାରିଖରେ ଆସିଥିଲେ । ସେଠାରୁ ବାହାରି ନିଜ ଗ୍ରାମ ଦୁନ୍ଦେଲକୁ ସେହି ଦିନ ଯାଇଥିଲେ । ପର ଦିନ କନ୍ଦର୍ପ ଦୁନ୍ଦେଲ ଗ୍ରାମରୁ ଶଶୁର ଘର ଦଲଦଲିକୁ ବାହାରିଥିଲେ । ହେଲେ ଶଶୁରଘରେ ପହଞ୍ଚି ନ ଥିଲେ । ଫଳରେ କନ୍ଦର୍ପଙ୍କ ସ୍ତ୍ରୀ ସସ୍ମିତା ମାଝୀ ଲରମ୍ଭା ଥାନା ତାଙ୍କ ସ୍ୱାମୀ ନିଖେଜ ଥିବା ନେଇ ଅଭିଯୋଗ କରିଥିଲେ । ଶନିବାର ଅପରାହ୍ନ ସମୟରେ ଦେତାରିମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଶେଚ କରିବା ପାଇଁ ଗାଁ ମୁଣ୍ଡକୁ ଯାଇଥିବା ବେଳେ ପାଖରେ ଥିବା ଏକ ଖଜୁରି ବୁଦା ମୂଳରୁ କିଛି ଗନ୍ଧ ହେଉଥିବା ବେଳେ ଯାଇ ଦେଖିବାରୁ ଜଣକର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ଏ ସମ୍ପର୍କରେ ଗ୍ରାମରେ କହିବାରୁ ଲୋକେ ଉକ୍ତ ସ୍ଥାନକୁ ପହଞ୍ଚିଥିଲେ । ପରେ ଗ୍ରାମାବସୀ ଏହାକୁ ନେଇ ଲରମ୍ଭା ଥାନାକୁ ଜଣାଇବାରୁ ସନ୍ଧ୍ୟାରେ ଲରମ୍ଭା ପୁଲିସ ପହଞ୍ଚି ମୃତଦେହ ଠାବ କରିଥିବା ଜଣାପଡିଛି । ମୃତ ହଦହଟି କଳା ପଡି ଯାଇଥିବା ବେଳେ ଦେହ ସାରା ଫାଟି ଯାଇଥିବା ଜଣାପଡିଛି । ତେବେ ଉକ୍ତ ମୃତ ଦେହଟି କନ୍ଦର୍ପଙ୍କର ବୋଲି ଚିହ୍ନଟ ହୋଇଥିବା ବେଳେ ଆସନ୍ତା କାଲି ରବିବାର ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିବା ସହିତ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବକୁ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରା ଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଟଣା ସ୍ଥଳରେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe