ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଶୋକାକୂଳ ପରିବେଶ ଭିତରେ ଜଳିଲା ମୃତ ୯ ଜଣଙ୍କ ଜୁଇ

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଶୋକାକୂଳ ପରିବେଶ ଭିତରେ ଜଳିଲା ମୃତ ୯ ଜଣଙ୍କ ଜୁଇ

ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପାଡୁ ଗାଁ ମଶାଣିରେ ୮ ଜଣଙ୍କର ଚିତା ଗୋଟିଏ ସ୍ଥାନରେ ଜଳି ଥିବା ବେଳେ ଅନ୍ୟ ଜଣକୁ ତାଙ୍କର ଗାଁ ମଶାଣିରେ ସତ୍କାର କରାଯାଇଛି। ତେବେ ୮ ଜଣଙ୍କର ଚିତା ଜଳୁଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଯାଇଛି।

ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍କଲପାଡୁ ଗାଁର ଏକ ବରପକ୍ଷର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବସ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା।

publive-image

ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ କିଛି ଲୋକଙ୍କର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ବ୍ରହ୍ମପୁରର ଏମେ୍‌କସିଜି, କଟଟର ଏସ୍‌ସିବି ମେଡିକାଲ୍‌ରେ ଓ ଆହତମାନଙ୍କୁ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ଜୀବନ ହରାଇଥିବା ମୃତକମାନେ ହେଲେ

୧) ବି. ଇରମ୍ମା ରେଡ୍ଡୀ (୩୮), ସ୍ୱାମୀ: ଚେନ୍ନୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୨) ବି. ଅଚିମ୍ମା (୬୫), ସ୍ୱାମୀ: ଗୁଡିଆ, ଗ୍ରାମ: ଡଙ୍କଲପାଡୁ
୩) କେ. ସନ୍ଧ୍ୟା (୩୫), ସ୍ୱାମୀ: ପପ୍ପେୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୪) କାମରାଜୁ ରେଡ୍ଡୀ (୬୫), ପିତା: ସ୍ୱର୍ଗତ ପୁରୁଷୋତ୍ତମ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୫) ବି ମୋହିନୀ (୪୦), ସ୍ୱାମୀ: ନୀଳକଣ୍ଠ, ଗ୍ରାମ: ଡଙ୍କଲପାଡୁ
୬) ବି ରମେୟା (୫୫), ପିତା: ସ୍ୱର୍ଗତ ବି ପଟାରି, ଗ୍ରାମ: ଡଙ୍କଲପାଡୁ
୭) ତୁଲାସାମା (୩୭), ସ୍ୱାମୀ: ଗୋପାଳ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୮) ସନ୍ତୋଷିନୀ ସାହୁ (୧୫), ପିତା: ଗୋପାଳ ସାହୁ, ଗ୍ରାମ: ଡଙ୍କଲପାଡୁ
୯) ତରଣ୍ୟା ରେଡ୍ଡୀ (୫୭), ସ୍ୱାମୀ: ସ୍ୱର୍ଗତ ବି ସନାଫକୀର ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe