ଅସହାୟ ବୃଦ୍ଧଙ୍କ ଶବଦାହ କଲା ସ୍ବେଚ୍ଛାସେବୀ ସଂଗଠନ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବୈପାରିଗୁଡ଼ା: ଜଣେ ଅସହାୟ ଗରିବ ବୃଦ୍ଧଙ୍କ ଶବଦାହ କରିଛନ୍ତି ଯାଦବ ସମାଜ ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟମାନେ।

ସୂଚନା ଅନୁଯାୟୀ,  କୋରାପୁଟ ଜିଲ୍ଲା ବୈପାରିଗୁଡା ସଦର ମହକୁମାରେ ଗରିବ ଅସହାୟ ଦମ୍ପତି ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିଲେ। ବିଭିନ୍ନ ମନ୍ଦିରରେ ଭିକ୍ଷା ମାଗିବା ସହ କୌଣସି ହୃଦୟବାନ ବ୍ୟକ୍ତି ମୁଠାଏ ଖାଇବାକୁ ଦେଲେ ସେଥିରେ ତାଙ୍କ ଗୁଜୁରାଣ ମେଣ୍ଟୁଥିଲା। ବୃଦ୍ଧ ରଘୁ ଖରା (୬୭) ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୋତି ଖରା ବୈପାରିଗୁଡା ବ୍ଲକର ବେରଗାଁ ମାଝିଗୁଡାର। ଦୁହିଁଙ୍କ ଦୁନିଆରେ କେହି ନଥିବାରୁ ସେମାନେ ଭିକ୍ଷା ମାଗି ଚଳୁଥିଲେ। ତାଙ୍କର ନିର୍ଦ୍ଦିଷ୍ଟ ବାସସ୍ଥାନ ନଥିବାରୁ ଯେଉଁଠି ରାତି ହୁଏ ସେଇଠି କୌଣସି ସ୍ଥାନ ଦେଖି ରାତ୍ରି ଯାପନ କରନ୍ତି। ଗତ କେତେ ଦିନ ଧରି ବୈପାରିଗୁଡାର ବିଭିନ୍ନ ମନ୍ଦିରରେ ଭିକ୍ଷା ମାଗି ହାଟପଦା ଠାରେ ରାତି ବିତାନ୍ତି।

ଶୁକ୍ରବାର ରାତିରେ ପତିପତ୍ନୀ ବର୍ଷା ଯୋଗୁଁ ହାଟପଦାଠାରେ ରାତ୍ରିଯାପନ କରିଥିଲେ। ସକାଳୁ ଉଠି ସ୍ତ୍ରୀ ମୋତି ତାଙ୍କ ସ୍ବାମୀଙ୍କୁ ଉଠେଇଥିଲେ। କିନ୍ତୁ ସ୍ବାମୀ ରଘୁ ଆଉ ଉଠିଲେ ନାହିଁ। ପଥଚାରୀମାନଙ୍କୁ ରଘୁ ଉଠୁ ନଥିବା କହିଥିଲେ। ପଥଚାରୀମାନେ ଦେଖିବା ପରେ ରଘୁର ମୃତ୍ୟୁ ହୋଇଯାଇଥିବା ମୋତିକୁ ଜଣାଇଥିଲେ। ସ୍ତ୍ରୀ ମୋତିଙ୍କ କାନ୍ଦିବା ଦେଖି ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟମାନେ ଏବଂ ନାଏବ ସରପଞ୍ଚ ବୁଲା ସାହୁ ଉକ୍ତ ସ୍ଥାନରେ ପହଞ୍ଚିବା ସହ ପୁଲିସକୁ ଏସଂପର୍କରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ମୋତିଙ୍କ ସହ କଥାବାର୍ତ୍ତା ହେବାପରେ ସେ ଯାଦବ ସମ୍ପ୍ରଦାୟର ବୋଲି ଜଣାପଡିଥିଲା। ତୁରନ୍ତ ଯାଦବ ସମାଜର ମୁଖ୍ୟ ସାଥିରାମ ନାୟକଙ୍କୁ ଏବିଷୟରେ ଜଣେଇବାରୁ ସେ ହାଟପଦା ଆସି ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟମାନଙ୍କ ସହ ମିଶି ବୃଦ୍ଧ ରଘୁର ଶବ ସତ୍କାର କରେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe