ଶୌଚ ହେବାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ବୁର୍ଲାର ଏକ ଘରୋଇ ନର୍ସିଂହୋମରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲେ ରୋଗୀ!

East Idaho News

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ବୁଧବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ସମଦୁ ଗଣ୍ଡ (୭୦)। ଖବର ପାଇ ଡାବୁଗାଁ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଭୀର ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ ସମଦୁ ବୁଧବାର ପରିବାର ଲୋକଙ୍କ ସହିତ ଧାନଖଳାରେ କାମ କରୁଥିଲେ। ସେ କାମ ସାରିବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ଶୌଚ ହେବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଯାଇଥିଲେ। ପୋଖରୀଟି ଗଭୀର ଥିଲା ଏବଂ ଅବହେଳା ହୋଇ ପାଣିରେ ଗୋଡ଼ ଦେଇଥିବାରୁ ତାଙ୍କର ଗୋଡ଼ ଖସି ଯାଇ ସେ ପାଣି ଭିତରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ସମଦୁଙ୍କୁ ବିଳମ୍ବତ ରାତି ଯାଏଁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖବର ପାଇ ନ ଥିଲେ।

ଆଜି ସକାଳୁ ପୋଖରୀକୁ ଯାଇଥିବା କିଛି ଲୋକ ସମଦୁ ବୁଡ଼ି ଯାଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହା ପରେ ପରିବାର ଲୋକେ ଘଟଣା ସଂପର୍କରେ ଡାବୁଗାଁ ପୁଲିସକୁ ଖବର ଦେଇଥିଲେ। ଡାବୁଗାଁ ପୁଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତ ସମଦୁ ଗଣ୍ଡର ଶବ ଉଦ୍ଧାର କରିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe