ଚାଷଜମି ଦେଖି ଯାଇଥିଲେ ବୃଦ୍ଧ, ଜଙ୍ଗଲରୁ ମୃତଦେହ ଉଦ୍ଧାର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବିନିକା: ଚାଷଜମି ଦେଖିବାକୁ ଯାଇଥିବା ଜଣେ ବ୍ୟକ୍ତିର ମୃତଦେହ ଆଜି ଅପରାହ୍ଣରେ ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମଙ୍ଗଳୁ ସେଠ (୬୦)।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ପଲସାପାଲି ଗାଁର ମଙ୍ଗଳୁ ସେଠ ଗତକାଲି ସନ୍ଧ୍ୟା ସମୟରେ କୁକୁଡାଝୋଲରେ ଥିବା ଚାଷଜମି ଦେଖିବାକୁ ଯାଇଥିଲେ। ମଙ୍ଗୁଳୁଙ୍କ ପୁଅ ରାମ ସେଠ କହିଛନ୍ତି ଯେ, ବାପା ଘରୁ ବାହାରିବା ପୂର୍ବରୁ ସେ ପରିବାର ଲୋକଙ୍କୁ କହିକି ଯାଇଥିଲେ। କିନ୍ତୁ ସେ ଗତକାଲି ଆଉ ଘରକୁ ଫେରି ନଥିଲେ। ରାତି ହୋଇଯାଇଥିବାରୁ ପରିବାର‌ ଲୋକେ ଖୋଜିବାକୁ ଯାଇ ନ ଥିଲେ। ସେମାନେ ଭାବିଥିଲେ ଯେ, କୌଣସି ସଂପର୍କୀୟଙ୍କ ଘରେ ରହିଯାଇଥିବେ। କିନ୍ତୁ ଆଜି ପରିବାର ଲୋକଙ୍କୁ ସୂଚନା ମିଳିଲା ଯେ, ମଙ୍ଗୁଳୁଙ୍କ ମୃତଦେହ ଜଙ୍ଗଲର ଏକ ଗଛରେ ଝୁଲୁଛି।

ଜାମପାଲି ଛକ ପାକିଗ୍ରାମକୁ ଯାଇଥିବା ରାସ୍ତା ନିକଟରେ ଥିବା ସିଙ୍ଘିଯୁବା ଜଙ୍ଗଲର ଏକ ଗଛରେ କେହି ଜଣେ ବ୍ୟକ୍ତିଙ୍କର ମୃତଦେହ ଝୁଲୁଥିବା ନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଁଚିଛି। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମଙ୍ଗୁଳୁଙ୍କର ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe