ନିଖୋଜ ବୃଦ୍ଧାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ପଂଚାୟତ କୁମାଳ ଗ୍ରାମର ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ମହକୁଦ ଗ୍ରାମର ସ୍ୱର୍ଗତ ଶଙ୍ଖାଳି ସାହୁଙ୍କ ସ୍ତ୍ରୀ ଗେହ୍ଲି ସାହୁ (୭୦)। କୁମାଳ ଗ୍ରାମର ଝିଅ କୁନ୍ତଳା ବେହେରା ଓ ଜ୍ୱାଇଁ ଚେମାର ବେହେରାଙ୍କ ପାଖରେ ଆଜକୁ ୫ ବର୍ଷ ହେବ ରହୁଥିଲେ। ଗତକାଲି ଅପରାହ୍ନ ୨ ଟାରୁ ସେ ନିଖୋଜ ଥିଲେ। ଝିଅ ଓ ଜ୍ୱାଇଁ ଖୋଜାଖୋଜି କରିଥିଲେ କୌଣସି ପତ୍ତା ପାଇ ନ ଥିଲେ। ଆଜି ସକାଳ ୧୦ଟାରେ ପୋଖରୀରେ ଏକ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ସେମାନେ ରିଆମାଳ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ରିଆମାଳ ପୁଲସି ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବାରୁ ଏହା ଗେହ୍ଲି ବୋଲିି ଜଣାପଡିଥିଲ।। ପ୍ରକାଶ ଥାଉକି ସ୍ୱାମୀଙ୍କ ମୃତ୍ୟୁ ପରେ କେହି ନ ଥିବାରୁ ସେ ଆସି ଝିଅ ପାଖରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe