ଭଡ଼ାଘରେ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର

Advertisment
ଭୟ..... ଅପମାନ‌...: ରଶିରେ ଝୁଲିପଡ଼ିଲେ ଦୁଇ ଝିଅ

Photo: Representative

ଭଦ୍ରକ: ଟାଉନ ଥାନା ଅନ୍ତର୍ଗତ ବନ୍ତ ଛକ ଆଚାର୍ଯ୍ୟନଗରରେ ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବତୀଙ୍କ ନାମ ମୋନାଲିସା ସେଠୀ (୨୨)। ସେ ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ।

ସୂଚନା ଅନୁସାରେ ମୋନାଲିସାଙ୍କ ଘର ବାଲେଶ୍ୱର ଜିଲ୍ଲାର ଖଇରାରେ। ସେ ପିଉସୀ ପୁଅ ଭାଇ ବିଚିତ୍ରାନନ୍ଦ ଓ ଭାଉଜଙ୍କ ସହ ଭଦ୍ରକର ଆଚାର୍ଯ୍ୟନଗରରେ ଏକ ଭଡା ଘରେ ରହୁଥିଲେ। ଭାଇ ବିଚିତ୍ରାନନ୍ଦ ବାହାରେ ଚାକିରି କରୁଛନ୍ତି। ଭାଉଜ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ଭାଉଜ ଓ ତାଙ୍କର ପିଲାମାନଙ୍କ ସହ ମୋନାଲିସା ଆଚାର୍ଯ୍ୟନଗର ଭଡ଼ା ଘରେ ରହୁଥିଲେ।

ଆଜି ଭାଉଜ ସ୍କୁଲକୁ ଯାଇଥିବା ବେଳେ ପିଲାମାନେ ମଧ୍ୟ ସ୍କୁଲକୁ ଯାଇଥିଲେ। ସ୍କୁଲରୁ ପିଲାମାନଙ୍କୁ ଆଣିବା ପାଇଁ ଭାଉଜ ଯେତେବେଳେ ମୋନାଲିସାଙ୍କୁ ଫୋନ୍‌ କଲେ, ସେତେବେଳେ ଆଉ ମୋନାଲିସା ଫୋନ୍‌ ଉଠାଇଲେ ନାହିଁ। ତେଣୁ ମୋନାଲିସାର ଭାଉଜ ପାଖ ପଡୋଶୀଙ୍କୁ ଫୋନ୍‌ କରି ପଚାରିଲେ। ମୋନାଲିସା କାହିଁକି ଫୋନ୍‌ ଉଠାଉ ନାହିଁ ବୋଲି ଘରକୁ ଯାଇଦେଖିବାକୁ କହିଲେ।

ପଡୋଶୀ ଲୋକ ତାଙ୍କ ଭଡା ଘରକୁ ଯାଇ ଦେଖିବାକୁ ପାଇଲେ ଯେ, ମୋନାଲିସା ବେକରେ ଫାଶୀ ଲଗାଇ ଦେଇଛନ୍ତି। ମୋନାଲିସାଙ୍କ ଝୁଲନ୍ତା ଅବସ୍ଥାର ମୃତଦେହ ଦେଖି ପଡୋଶୀ ଲୋକ ଟାଉନ ପୁଲିସକୁ ଫୋନ୍‌ କରିଥିଲେ। ଘରେ କେହି ନଥିବା ବେଳେ ନିଜ ଓଢ଼ଣୀ ସହାଯ୍ୟରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯୁବତୀଙ୍କର ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକ ଆସିବା ପରେ ମାଜିଷ୍ଟ୍ରେଟ୍‌ ଓ ପୁଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଟାଉନ ପୁଲିସ କହିଛି।

ତେବେ ମୋନାଲିସାର ମୃତ୍ୟୁ ପଛରେ ରହସ୍ୟ କ’ଣ ହୋଇପାରେ ପୁଲିସ ସେ ଦିଗରେ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe