ଶ୍ବଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପଦମପୁର ଗାଁର ଏକ ଚାଷଜମିରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ପାଟଣାଗଡ଼ ହୀରାସାଗର ପଡ଼ାର ରାଜ ଓରଫ କ୍ଷମାନିଧି ବଗର୍ତ୍ତି ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଦୁଇଦିନ ହେଲା ରାଜ ଘରୁ ନିଖୋଜ ଥିଲେ। ହେଲେ ଆଜି ତାଙ୍କ ଶ୍ବଶୁରଘର ପଦମପୁର ଗାଁର ଏକ ଚାଷଜମିର ଗଛରେ ଶବ ଝୁଲୁଥିବା ଦେଖାଦେଇଥିଲା। ପରେ ଘଟଣାସ୍ଥଳରେ ସାଇଣ୍ଟିଫିମ୍ ଟିମ୍‌ ସହ ବେଲପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆତ୍ମହତ୍ୟାକୁ ପରିବାର ଲୋକ ଗ୍ରହଣ କରି ପାରୁନଥିବାରୁ ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ପୁଲିସ ଆବଶ୍ୟକ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe