ନିଖୋଜ ମହିଳାଙ୍କ ମୃତଦେହ ୩ ଦିନ ପରେ ଠାବ! ଆତ୍ମହତ୍ୟା ସନ୍ଦେହ

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର କୁମାଣ୍ଡୋଳ ପଞ୍ଚାୟତର ହରିକୁଣ୍ଡ ବରଡିହ ଗ୍ରାମରେ ସ୍ୱର୍ଗତ ବିଜୟ ବରାଳଙ୍କ ପତ୍ନୀ ରମା ଦେଇ (୫୫ବର୍ଷ) ଘରୁ ନିଖୋଜ ହେବାର ୩ ଦିନ ପରେ ଆଜି ତାଙ୍କର ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି। ଘର ଠାରୁ ପ୍ରାୟ ୨ କିମି ଦୂର ଏକ ବିଲ ଗହୀର ନିକଟ ବଣବୁଦା ଭିତରେ ମହିଳାଙ୍କ ଗଳିତ ମୃତଦେହକୁ ତାଙ୍କର ସଂପର୍କୀୟମାନେ ଆଜି ସକାଳେ ଘର ଠାରୁ ପ୍ରାୟ ୨ କିମି ଦୂର ଧାନ ଗହୀର ପାର ଏକ ବୁଦା ମୂଳେ ଠାବ କରିବା ପରେ ଘଟଣାଟି ଲୋକ ଲୋଚନକୁ ଆସିଛି। ତାଙ୍କର ଏକମାତ୍ର ବିବାହିତା ଝିଅ ଡଲି ଶ୍ରୀଚନ୍ଦନ ଏବାବଦରେ ତାଙ୍କର ଭାଇ ବିରଞ୍ଚି ଓ ଭାଉଜଙ୍କୁ ତାଙ୍କ ମା’ର ମୃତ୍ୟୁ ପାଇଁ ଉତ୍ତରଦାୟୀ କରି ସ୍ଥାନୀୟ ନାଚୁଣୀରେ ଏତଲା ଦାୟର କରିଥିବା ପ୍ରକାଶ।

ନାଚୁଣୀ ପୁଲିସ ଶବ ଜବତ କରି ଘଟଣାର ତନାଘନା ଚଲାଇଛି। ଶବ ଉଦ୍ଧାର ସ୍ଥାନରୁ ଥଣ୍ଡା ପାନୀୟ ବୋତଲ ସହ ଚାଉଳରୁ ପୋକ ମରା ଔଷଧ(ଯାହା ଉତ୍କଟ ବିଷ) ପଡିଥିବା ଦେଖିବାକୁ ମିଳିଛି। ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଘଟଣାସ୍ଥଳରେ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ କୁମାର ବେହେରା ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି।

ସୂଚନାରୁ ପ୍ରକାଶ, ମହିଳାଙ୍କ ସ୍ୱାମୀ ବିଜୟ ବରାଳ ଗତ ୫ ମାସ ତଳେ ମୃତ୍ୟୁ ବରଣ କରିଥିଲେ। ନୋମିନି ହିସାବରେ ପତ୍ନୀ ରିମା ଦେଇ ଯେକି ଉକ୍ତ ମୃତା ମହିଳାଙ୍କୁ ମିଳିବାକୁ ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ବୀମା ଅର୍ଥରାଶିକୁ ନେଇ ପୁଅ ବୋହୁ ଓ ବିବାହିତା ଝିଅଙ୍କ ମଧ୍ୟରେ ଭାଗ ବଣ୍ଟୁଆରାକୁ ନେଇ କୁଆଡେ କନ୍ଦଳ ଲାଗିଥିଲା। ଫଳରେ ପୁଅବୋହୁ କୁଆଡେ ଏଥିରେ ବିଶେଷ ଅସନ୍ତୁଷ୍ଟ ଥାଇ ମାଆକୁ ଖରାପ ବ୍ୟବହାର କରି ଆସୁଥିଲେ। ମୃତା ମହିଳା ନିଜର ବିବାହିତା ଝିଅକୁ ସେହି ବୀମା ରାଶିରୁ କିଛି ଭାଗ ଦେବାକୁ ଚାହୁଁ ଥିବାରୁ ପରିବାରରେ ଅଶାନ୍ତି ହୋଇଥିବା ଶୁଣିବାକୁ ମିଳିଛି।

ଗତ ୫ ମାସ ତଳେ ବାପାଙ୍କର ମୂତ୍ୟୁ ପରେ ତାଙ୍କର ଏଲଆଇସି ବୀମା ଲକ୍ଷାଧିକ ଟଙ୍କା ଅର୍ଥକୁ ନେଇ ଘରେ କନ୍ଦଳ ଚାଲିଥିଲା। ନିଜର ଏକ ମାତ୍ର ପୁଅ ଓ ବୋହୁଙ୍କ ପକ୍ଷରୁ ଉକ୍ତ ଅର୍ଥକୁ ନେଇ ଚାଲିଥିବା ଝଗଡାରେ ଅତିଷ୍ଠ ହୋଇ ମୃତ ମହିଳା ଜଣକ ଗତ ୩ ଦିନ ହେଲା ଘରୁ ନିଖୋଜ ହୋଇଯାଇଥିଲେ ବୋଲି ଶୁଣିବାକୁ ମିଳୁଛି। ଏବାବଦରେ ପୁଅବୋହୁଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ ହୋଇନଥିଲା। ତେବେ ଉକ୍ତ ମୃତ ବିଧବାଙ୍କ ମୃତଦେହ ଠାବ ପରେ ଘରର ବିବାହିତା ଝିଅ ଡଲି ଶ୍ରୀଚନ୍ଦନଙ୍କ ପକ୍ଷରୁ ଥାନାରେ ଏତଲା ହୋଇଛି। ପୁଲିସ ଉଭୟ ପକ୍ଷରୁ ଝିଅଜ୍ୱାଇଁ, ପୁଅବୋହୁଙ୍କୁ ଡକାଇ ପଚରାଉଚରା ଜାରି ରଖିଛି। ଶବ ଜବତ କରି ପୁଲିସ ଘଟଣାର ତନାଘନା କରୁଛି।

ଏଠାରେ ଟଙ୍କା ପାଇଁ ମାଆ ପାଇଁ ତାର ଜନ୍ମ କଲା ବିବାହିତ ସନ୍ତାନଙ୍କର ସଂପର୍କ ତୁଛ ହୋଇଗଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କ ନୋମିନି ଥିବା ମା’ଙ୍କୁ ମିଳିବାକୁ ଥିବା ଲକ୍ଷାଧିକ ଟଙ୍କା ପାଇବାକୁ କୁଆଡେ ପୁଅ ବୋହୁଙ୍କର ସଂପର୍କ ତୁଚ୍ଛ ହୋଇଗଲା। ଭାଇ ଭଉଣୀଙ୍କ ମଧ୍ୟରେ କୁଆଡେ ଅଶାନ୍ତିର ବୀଜ ବପନ ହୋଇଥିଲା। ଏହାକୁ ନେଇ ଅତିଷ୍ଠ ନିକଟରେ ସ୍ୱାମୀଙ୍କୁ ହରାଇଥିବା ବିଧବା ମହିଳା ଜଣକ କୁଆଡେ ଆତ୍ମହତ୍ୟା ଭଳି ପଥ ବାଛିଲେକି ବୋଲି କଥାଟି ଦୁଃଖ ଓ କ୍ଷୋଭର ସହ ସାରା ଗ୍ରାମରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe