କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ପଥରାପଲ୍ଲ-ଅର୍ଜୁନପଲ୍ଲୀ ଗ୍ରାମ ମଧ୍ୟରେ ଥିବା କାଜୁ ଜଙ୍ଗଲରୁ ଆଜି ରାତିରେ ଜଣେ ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଏଯାଏ ମିଳିପାରି ନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ମହିଳା ଜଣକ ଏକ ନାଲି ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ମୁହଁରେ ଶକ୍ତ ଆଘାତ ଲାଗିଥିବା ବେଳ‌େ ମଙ୍ଗଳସୂତ୍ର ଛିଣ୍ଡି ପଡ଼ିଛି। ଥୋଡ଼ି ନିକଟରେ କୌଣସି ଧାରୁଆ ଅସ୍ତ୍ରରେ ଆଘାତ ଦିଆଯାଇଥିବା ଦେଖିବାକୁ ମିଳିଥିବା ବେଳେ ଲୁଗାକୁ ଏକ ଗଛରେ ବନ୍ଧାଯାଇଛି। ଆଉ ମହିଳାଙ୍କ ଶବ ତଳେ ପଡ଼ିଛି। ଫଳରେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ପୁଲିସ ଅନୁମାନ କରୁଛି। ଆଜି ସନ୍ଧ୍ୟାରେ କିଛି ଗାଈଚରାଳି ମହିଳାଙ୍କ ଶବକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।
ଖବର ମିଳିବା ସୁଦ୍ଧା ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ଓ ପୋଲସରା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନିଆଯାଇଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe