ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ କାଶୀବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ମୃତଦେହ ପୁଲିସ୍‌ ଉଦ୍ଧାର କରିଛି। ମୃତକ ଜଣକ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ସୋମନାଥ ଶବରଙ୍କ ସ୍ତ୍ରୀ ସୁରେଖା ଶବର (୫୦) ବୋଲି ଜଣାପଡ଼ିଛି। ଆଜି ସକାଳୁ ଚାଷୀ କୈବଲ୍ୟ ମାଝୀ ନିଜ ଚାଷ ଜମିକୁ କାମ କରିବା ପାଇଁ ଆସିବାରୁ ନିଜ ଜମି ହୁଡ଼ାରେ ଥିବା ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ସରପଞ୍ଚଙ୍କୁ ଜଣାଇବା ପରେ ସେ କୋକସରା ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏଥିସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe