କେନାଲରୁ ବରିଷ୍ଠ ମହିଳାଙ୍କ ମୃତଦେହ ଉଦ୍ଧାର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଢେଙ୍କାନାଳ: ସଦର ଥାନା ଅଧୀନ ଗୁଣ୍ଡିଚାପଡ଼ା କେନାଲରୁ ଆଜି ସକାଳୁ ଜଣେ ବରିଷ୍ଠ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ପଦ୍ମାବତୀ ସାହୁ (୬୩)।

ସୂଚନା ଅନୁସାରେ ସଦର ଥାନା ଅଧିନ ଗୁଣ୍ଡିଚାପଡ଼ା କେନାଲରେ ଜଣେ ମହିଳାଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲେକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କର ମୃ‌ତଦେହ ଉଦ୍ଧାର କରିଥିଲା। ପରେ ମୃତଦେହଟି ସଦରଥାନା ଅଧୀନରେ ବସବାସ କରୁଥିବା ଦୁଶାସନ ସାହୁଙ୍କ ସ୍ତ୍ରୀ ପଦ୍ମାବତୀଙ୍କର ବୋଲି ଜଣାପଡ଼ିଥିଲ‌ା। ତେବେ ପଦ୍ମାବତୀଙ୍କର ମୃତ୍ୟୁ ନେଇ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe