ଯୁବକଙ୍କ ମୃତଦେହ ଉଦ୍ଧାର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଘୁମର-ବୋଡେ଼ନ ରାସ୍ତା କେନାଲ ନିକଟରୁ ଅଇଁଲାଯୋର୍‌ ଗାଁର ଡିଙ୍ଗର ହାତୀ (୪୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ଅଇଁଲାଯୋର ଗାଁର ଡିଙ୍ଗର ଶନିବାର ଅପରାହ୍‌ଣରେ ଘୁମର ମଣ୍ଡିକୁ ନିଜ ଧାନ ବିକିବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ। ରବିବାର ଭୋର୍‌ରେ ଘୁମର-ବୋଡେ଼ନ ରାସ୍ତା କେନାଲ ନିକଟରେ ତାଙ୍କ ମୃତଦେହ ପଡ଼ି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ତାଙ୍କ ବାଇକ୍‌ (ଓଡି ୦୮ ସି ୯୧୮୫) ମଧ୍ୟ ପଡ଼ିଥିଲା। ଏ ବିଷୟରେ ମୃତକଙ୍କ ସାନଭାଇ କୁନୁ ହାତୀ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧର୍ମଗଡ଼ ଥାନା ଅଧିକାରୀ ଦାମଧର ବିହାରୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe