ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଯୁବକ, ଗଳିତ ଶବ ଉଦ୍ଧାର

ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଯୁବକ, ଗଳିତ ଶବ ଉଦ୍ଧାର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ ମାଳିକାପୋଡ଼ି ପଞ୍ଚାୟତ ଅଧିନ ଗାମୁଲି ଗ୍ରାମର ଜଣେ ଯୁବକ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଛନ୍ତି। ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି ମୃତ ଯୁବକ ହେଲେ ଲିପନ ପ୍ରଧାନ (୧୮)।

ସୂଚନା ଅନୁସାରେ ଲବ ପ୍ରଧାନଙ୍କ ପୁଅ ଲିପନ ରୁପେନି ଗତ ରବିବାର ଠାରୁ ନିଖୋଜ ଥିଲେ। ଆଜି ସକାଳ ୭ଟାରେ ଜଣେ ବାଳକ ଛୋଟ ଗଛରେ ଝୁଲୁ ଥିବା ଅବସ୍ଥାରେ ତାଙ୍କୁ ଦେଖି ପରିବାରକୁ ଜଣାଇଥିଲେ। ପେରେ ପରିବାର ପକ୍ଷରୁ ସମସ୍ତେ ତାଙ୍କୁ ଦେଖି ଆଚମ୍ବିତ ହୋଇଥିଲେ ଓ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ଏସଆଇ ରଞ୍ଜିତା ବେହେରା ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ। ଏ ନେଇ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା  ରୁଜୁ  ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe