ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

Advertisment
ପୁଅର କରୋନା ପଜିଟିଭ୍‌ ଜାଣିବା ପରେ ହୃଦ୍‌ଘାତରେ ବାପା ମୃତ

image source--East ldho news

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଫଚାୟତ ତଳ ଜୁଆଳିକଟା ଗ୍ରାମର ଯୁବକ ମଙ୍ଗଲ ସିଂ(୪୫)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କାଳିଆମି ଆମ୍ବ ବଗିଚାରୁ ଉଦ୍ଧାର ହୋଇଛି । ଯୁବକଙ୍କ ଗୋଡ ଭାଙ୍ଗିଯିବା ସହିତ ପିଠିରେ ମାଡ ଦାଗ  ଥିବାରୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପୁଲିସକୁ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଗଛରେ ଟାଙ୍କିବା ପୂର୍ବରୁ ଯୁବକ ଜଣକ ଜୀବିତ ଥାଇ ପାରନ୍ତି ବୋଲି ପାରିପାର୍ଶ୍ବିକ ଅବସ୍ଥା ଦେଖି ପୁଲିସ ସଂଦେହ କରିଛି।

ତେବେ ଶବ ବ୍ୟବଛେଦ ପରେ  ପ୍ରକୃତ ସତ୍ୟା ସତ ପଦାକୁ ଆସିବ ବୋଲି ଜଣାପଡିଛି। ଯୁବକ ଜଣକ ଗୋଟିଏ ଦିନ ପୂର୍ବରୁ ଜଣକ ଘରେ ପଶିବାକୁ ନେଇ ଗ୍ରାମରେ ବୌଠକ ବସିଥିଲା। ବୌଠକରୁ ସ୍ବାମୀ ଘରକୁ ଆଉ ଫେରି ନଥିବାର ସ୍ତ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ତଦନ୍ତ କରୁଛି। ଖୁବ ଶୀଘ୍ର ସତ୍ୟସତ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଦୟାନିଧୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe