ଜନସ୍ବାସ୍ଥ୍ୟ ବିଭାଗ ପମ୍ପ ହାଉସ କର୍ମଚାରୀଙ୍କ ଗଳିତ ଶବ ଜମିରୁ ଉଦ୍ଧାର

ସାଇଣ୍ଟିପିକ୍ ଟିମ୍ ଓ ପୁଲିସ କୁକୁରଙ୍କୁ ନେଇ ତଦନ୍ତ ଜାରି

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଜୟପୁର: ଗୁରୁବାର ସଂଧ୍ୟାରେ ଜେଲରୋଡରେ ଥିବା  ଘରୁ ବାହାରକୁ ଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ପମ୍ପହାଉସ ଇନଟାକର କର୍ମଚାରୀ ସୋମନାଥ ସେନ(୫୬)ଙ୍କ ଗଳିତ ଶବ ୱେଲୋବ୍ରିଜ୍ (ସତୀନଦୀ ଡ୍ୟାମ) ସୁକିଆଗୁଡା ନିକଟସ୍ଥ ଜମି ମଧ୍ୟରୁ ମୁହଁ ମାଡ଼ି ପଡ଼ିଥିବା ବେଳେ ଆଜି ସକାଳୁ ଉଦ୍ଧାର କରାଯାଇଛି। ସେଠାରୁ ତାଙ୍କ ସ୍କୁଟି ପୁଲିସକୁ ମିଳିଛି। ଜୟପୁର ସଦରଥାନା ଅର୍ନ୍ତଗତ ବାରିଣୀପୁଟ ପାଣ୍ଡି ଅଧିକାରୀ ଗଣେଶ ବେହେରା ଏସଂପର୍କରେ ସୂଚନା ପାଇ ଘଟଣାସ୍ଥଳକୁ ଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ ତାଙ୍କ ପୁଅ ସୁଶାନ୍ତ ସେନ ଓସୁଧାରକାନ୍ତ ସେନ ସଂଦେହାସ୍ପଦ ପ୍ରକାଶ କରିଥିଲେ। ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ସାଇଣ୍ଟିପିକ୍ ଟିମ୍ ଓ ପୁଲିସ କୁକୁରକୁ ‌ସାଙ୍ଗରେ ନେଇ ତଦନ୍ତ ଆରମ୍ଭ କରିଥିଲେ।

ସୂଚନା ଅନୁଯାୟୀ, ଜନସ୍ବାସ୍ଥ୍ୟ ବିଭାଗ‌ର ପମ୍ପହାଉସ କର୍ମଚାରୀ ସୋମନାଥ ସେନ ଗତ କିଛି ଦିନ ହେବ ଜ୍ବର ହେବା ସହ ଅସୁସ୍ଥ ଥିଲେ। ସେ ଗୁରୁବାର ସଂଧ୍ୟାରେ ଔଷଧ ଧରି ନିଜ ସ୍କୁଟି ନେଇ ବାହାରି ଯାଇଥିଲେ। ରାତିରେ ସୋମନାଥ ଆଉ ଘରକୁ ଫେରି ନଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଅପରପକ୍ଷରେ ଆଜି ସକାଳୁ ସ୍ଥାନୀୟ ଅଂଚଳର ଲୋକେ ଓ ମର୍ଣ୍ଣିଂୱାକିଂ କରିବାକୁ ଯାଇଥିବା ଲୋକେ ସ୍କୁଟି ଦେଖିବା ସହ ମୁହଁ ମାଡ଼ି ଜଣେ ବ୍ୟକ୍ତି ପଡ଼ିଥିବା ଦେଖିଥିଲେ। ଏ ନେଇ ବାରିଣୀପୁଟ ପାଣ୍ଡିରେ ଅଭିଯୋଗ ହୋଇଥିଲା। ସଦରଥାନା ପୁଲିସ ଓବାରିଣୀପୁଟ ପାଣ୍ଡି ଅଧିକାରୀ ଶ୍ରୀ ବେ‌ହେରା ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍କୁଟିଟି ଷ୍ଟାଣ୍ଡ ମରାଯାଇଥିବା ବେଳେ ଶୀତବସ୍ତ୍ର ଗାଡ଼ିରେ ଲଟକି ରହିଥିଲା। କିଛି ଦୁରରେ ଜମି ମଧ୍ୟରେ ମୁହଁ ମାଡ଼ି ସୋମନାଥ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ମୃତ ସୋମନାଥଙ୍କ ମୁହଁରେ କିମ୍ବା ‌ଶରୀରର କୌଣସି ସ୍ଥାନ‌ରେ କିଛି ମାଡ଼ ଚିହ୍ନ ନଥିବା ପୁଲିସ ତଦନ୍ତ ବେଳେ ଦେଖିଛି। ସାଇଣ୍ଟିପିକ୍ ଟିମ୍ ଓ ପୁଲିସ କୁକୁରର ତଦନ୍ତ ପରେ ଶବର ପଂଚନାମା କରି ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ବ୍ୟାବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ। ଶବ ବ୍ୟାବଚ୍ଛେଦର ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe