ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର 

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନିରେ ଏକ ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ହେଲେ ମଧୁସ୍ମିତା ନାୟକ।
ସୂଚନାରୁ ପ୍ରକାଶ ତିହିଡି ଥାନା ଅଧୀନ ଗୋଳାପୋଖରୀ ଗାଁର ମହେଶ୍ବର ନାୟକଙ୍କୁ ମଧୁସ୍ମିତା ବିବାହ କରିଥିଲେ। ସେମାନଙ୍କର ଏକ ବଡ଼ପୁଅ ଅଛି, ଯିଏକି ପୁନେରେ ପାଠ ପଢ଼ୁଛି। ମହେଶ୍ବର  ମୁମ୍ବାଇରେ ରହି ଚାକିରି କରୁଛନ୍ତି। କିନ୍ତୁ ମଧୁସ୍ମିତା ଭଦ୍ରକ ସହରର ଅପାର୍ତ୍ତିବିନ୍ଧା ନ୍ୟୁ କଲୋନିରେ ଛଅ ମାସ ହେବ ଏକ ଭଡ଼ାଘରେ ରହୁଥିଲେ। ଗତ ୧୪ ଦିନ ହେବ ମହେଶ୍ବର ସ୍ତ୍ରୀଙ୍କୁ ଫୋନ କରୁଥିଲେ। କିନ୍ତୁ ମଧୁସ୍ମିତା ଫୋନ୍‌ ଉଠାଉ ନଥିଲେ।
ତେବେ ସନ୍ଦେହ ହେବାରୁ ମହେଶ୍ବର ମୁମ୍ବାଇରୁ ଆସି ଭଦ୍ରକରେ ପହଞ୍ଚି ଥିଲେ। ଭଡ଼ାଘରକୁ ଯାଇ ଦେଖିଲାରୁ ତାଲା ବନ୍ଦ ହୋଇଥିଲା। କିନ୍ତୁ ଘର ଭିତରୁ ଦୁର୍ଗନ୍ଧ ବାହାରୁ ଥିଲା। ତେଣୁ ଏନେଇ ମହେଶ୍ବର ପୁଲିସକୁ ଜଣାଇଥିଲେ।
ଟାଉନ୍ ପୁଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ଏକ ସାଇଣ୍ଟିଫିକ ଟିମ ସହ ସନ୍ଧନୀ କୁକୁର ଆଣି ଅଧିକ ତଦନ୍ତ କରୁଛି। ତେବେ ମୃତ୍ୟୁ କି ହତ୍ୟା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି ପୁଲିସ। ମୃତ ମହିଲାଙ୍କ ଶବ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠା ଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe