ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୌରମାଳ ପଂଚାୟତ ଛେଲକୁଠ ବନ୍ଧ ନିକଟରୁ ପୁଲିସ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତଦେହ ଆକାଶ ଖଡ଼ିଆ (୨୨)ର ବୋଲି ଜଣାପଡ଼ିଛି। ଆକାଶ ମୁହଁରୁ ଫେଣ ବାହାରୁଥିବା ଦେଖାଯାଇଛି। ତେଣୁ ପୁଲିସ ସ୍ପଷ୍ଟ ହୋଇପାରି ନାହିଁ ଯେ, ଏହା ହତ୍ୟା ନା ଆତ୍ମହତ୍ୟା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ସୂଚନା ଅନୁସାରେ ଗୌରମାଳର ଆକାଶ ଖଡ଼ିଆ ଜଣେ ଟ୍ରକ ଡ୍ରାଇଭର। ସେ ୨ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣାଧିନ ଏନଟିପିସିର ଠିକା ସଂସ୍ଥାରେ ଟ୍ରକ ଚାଳକ ଭାବେ କାର୍ଯ୍ୟ କରୁଥିଲା। ଗତ ୧୧ ତାରିଖରେ ସେ ଛୁଟିରେ ଘରକୁ ଆସିଥିଲା। ବର୍ଷକ ତଳେ ଆକାଶର ବାପାର ଦେହାନ୍ତ ପରେ ମା’ ଅନ୍ୟତ୍ର ଚାଲିଯିବାରୁ ସେ ନିଜ ବଡ଼ବାପା ବିଜୟ ପାଖରେ ରହୁଥିଲା।
Follow Us