ନବରଙ୍ଗପୁର: ପରିତ୍ୟକ୍ତ କୂଅରୁ ପୁଣି ଥରେ ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ ଅଜଣା ବ୍ୟକ୍ତିର ମୃତଦେହ ଭାସିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିବା ଜଣାଯାଇଛି। ମୃତବ୍ୟକ୍ତି ଜଣକ ପାରୁଆ ଗ୍ରାମର ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମରୁ ନିଖୋଜ ୨ ଝିଅଙ୍କ ମୃତଦେହ ଗତ ୭ ତାରିଖ ଦିନ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା। ଗାଁର କିଛି ଲୋକ ମୁକୁଳା କୂଅକୁ ଶୌଚ ହେବା ପାଇଁ ଯାଇଥିଲା ବେଳେ ପ୍ରଥମେ ଜଣେ ଝିଅର ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ଏବାବଦରେ ଅନ୍ୟ ଲୋକଙ୍କୁ କହିଥିଲେ। ଦମଳକ ବାହିନୀର କର୍ମଚାରୀମାନେ ଦୁଇଜଣ ବାଳିକା (ବୟସ ୮ ଓ ୯ ବର୍ଷ)ଙ୍କୁ ଉଦ୍ଧାର କରିଥିଲେ।
Follow Us