The Hans India
ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପୋଲ ତଳୁ ଜଣଙ୍କ ମୃତଦେହ ଖାତିଗୁଡା ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣଙ୍କ ଖାତିଗୁଡା ଗ୍ରାମର ଉଦୟ ନାଥ ପ୍ରଧାନୀ (୩୦) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଖାତିଗୁଡା ଗ୍ରାମର ଉଦୟ ନାଥ ପ୍ରଧାନୀ ଗତକାଲି ସନ୍ଧ୍ୟା ସମୟରେ ଘରୁ ବାହାରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରି କେଉଁଆଡେ ଯାଇଥିବ ଭାବିଥିଲେ। ତେବେ ଆଜି ସକାଳୁ ଇନ୍ଦ୍ରାବତୀ ଓସିସି ବ୍ରିଜ ତଳେ ଜଣଙ୍କ ମୃତଦେହ ପଡ଼ି଼ଥୁବା ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ପହଂଚି ଚିହ୍ନଟ କରିଥିଲେ। ଖବର ପାଇ ଖାତିଗୁଡା ଥାନା ଅଧିକାରୀ ଦୁର୍ଗାମାଧବ ବାଘ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥୁବା ଜଣାପଡିଛି।
ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଖାତିଗୁଡା ଥାନା କେଶ ନଂ ୯/୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ.ଆଇ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର କେଶର ତଦନ୍ତ କରୁଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିଲେ ହେଁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ସୂତ୍ରରୁ ପ୍ରକାଶ । ମୃତ ଉଦୟ ନାଥଙ୍କ ଦୁଇଟି ଛୋଟ ସନ୍ତାନ ଥିବା ଜଣାଯାଇଛି।
Follow Us