ଦିବ୍ୟାଙ୍ଗ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment
ବେକରେ ଓଢ଼ଣି ବାନ୍ଧି ଯୁବତୀଙ୍କ ଆତ୍ମହତ୍ୟା

ଫଟୋ ସୌଜନ୍ୟ: ଗୁଗୁଲ୍‌

ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ପାଟପୁର ଗାଁରେ ମା ଓ ୭ ବର୍ଷର ଝିଅର ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାର ୨୪ ଘଂଟା ନପୂରୁଣୁ ପୁଣି ଥରେ ଖୋର୍ଦ୍ଧା ଉପକଣ୍ଠ ଗଡ଼ନିଆଳ ଗାଁର ଜଣେ ୨୨ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଯୁବତୀଙ୍କ ମା' ଜଣେ ଆଶାକର୍ମୀ ସେ ଟାଉନ୍ ଥାନାରେ ଦେଇଥିବା ଏତଲା ଅନୁସାରେ, ଆଜି ଦିନ ୧୨ଟାରେ ସେ କୋଭିଡ୍ ପ୍ରଶିକ୍ଷଣ ପାଇଁ ବିଙ୍କୁଡ଼ିଆ ଯାଇଥିଲେ । ସେଠାରୁ ସେ ୨ଟାରେ ଫେରି ଘର ଭିତରପଟୁ ବନ୍ଦ ଥିବା ଦେଖି କବାଟ ବାଡ଼େଇଥିଲେ । କେହି ନଖୋଲିବାରୁ ଝିଅକୁ ଫୋନ୍ କରିଥିଲେ । କିନ୍ତୁ ସେ ଫୋନ୍ ଉଠାଇନଥିଲେ । ଏହାପରେ ଝରକା କବାଟ ଖୋଲି ଦେଖିବା ବେଳେ ଝିଅ ନିଜ ଚୁନିରେ ପଙ୍ଖାରେ ଝୁଲିଥିବା ଦେଖିଥିଲେ ।

ଏନେଇ ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ବିକେ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯୁବତୀ ଜଣକ ଜଣେ ଆଂଶିକ ଦିବ୍ୟାଙ୍ଗ । ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି । ମା' ଓ ଝିଅ ଦୁଇଜଣ ଘରେ ରହନ୍ତି । ମା' ବୃତ୍‌ତିଗତ କାମରେ ବାହାରକୁ ଗଲେ ଝିଅ ଏକୁଟିଆ ଘରେ ଥାଏ । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଶବକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ୩୨/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe