କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଆତିଣ୍ଡା ଗ୍ରାମ ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଯୋରନ୍ଦା ଗ୍ରାମର ବହ୍ଲି ନାଏକଙ୍କ ସାନ ପୁଅ କେଦାର ନାଏକ ଘର ନିକଟ କେନାଲକୁ ଶୌଚ ହେବାକୁ ଯାଇଥିଲେ। ସେ ରାତିରେ ଆଉ ଘରକୁ ଫେରି ନଥିଲେ। ଘର ଲୋକ ସବୁ ସ୍ଥାନରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଆଜି ମଧ୍ୟାହ୍ନ ସମୟରେ ଆତିଣ୍ଡା ଗ୍ରାମ ନିକଟରେ କେନାଲରେ ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ପୁଲିସକୁ ଜଣାଇ ଥିଲେ। ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦମକଳ ବାହିନୀ ଦ୍ୱାରା ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe