ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ-ମହୁଲପାଲି ରାସ୍ତାର ସୁନାଲରମ୍ଭା ହାଇସ୍କୁଲ ନିକଟରେ ରବିବାର ଜଣେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଆନୁମାନିକ ବୟସ ୪୬ ରୁ ୪୮ ବର୍ଷ ହେବ ଏବଂ ତାଙ୍କ ହାତ ଓ ମୁଣ୍ଡରେ କ୍ଷତଚିହ୍ନ ଥିବା ଦେଖାଦେଇଛି। ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ ରାସ୍ତାରେ ଆସୁଥିବା ଲୋକେ ସୁନାଲରମ୍ଭା ହାଇସ୍କୁଲ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମୁହଁ ମୋଡ଼ି ହୋଇ ପଡିଥିବାର ଦେଖି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଶୋକ ସୁନାଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଂଚି ସରପଞ୍ଚ ପ୍ରତିନିଧି ଶ୍ରୀ ସୁନା କାଳେ ବଞ୍ଚିଥିବ ଭାବି ଆମ୍ବୁଲାନ୍ସ ଡକାଇ ଭେଡ଼େନ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ଦେଖି ବହୁ ସମୟ ଆଗରୁ ମୃତ୍ୟୁ ଘଟିଥିବା କହିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍‌ ପହଂଚି ନଥିବାରୁ ଅଧିକ ତଥ୍ୟ ଜଣାପଡ଼ି ନାହିଁ। ବର୍ତ୍ତମାନ ଅଚିହ୍ନା ଯୁବକଙ୍କ ଶବ ଭେଡ଼େନ ଡାକ୍ତରଖାନାରେ ପଡ଼ିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe