କେନାଲରୁ ମୃତଦେହ ଉଦ୍ଧାର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଇନ୍ଦ୍ରାବତୀ ଡାହାଣ କେନାଲ ଏଚ୍‌ଆର୍ ଗେଟ ନିକଟରୁ କୁଞ୍ଜବିହାରୀ ସିଂ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଜୟପାଟଣା ଥାନା ମୁଖୀଗୁଡା ଫାଣ୍ଡି ଅନ୍ତର୍ଗତ ପତିଗୁଡ଼ା ଗାଁର କୁଞ୍ଜବିହାରୀ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ଶନିବାର ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ।

ଅପରାହ୍‌ଣରେ କେନାଲରେ ତାଙ୍କ ଶବ ଭାସୁଥିବା ଖବର ପାଇ ପୁଲିସ ଓ  ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ। ଗେଟ ନିକଟରୁ ତାଙ୍କ ସାଇକଲ ଓ ଜୋତା ମିଳିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ବୋଲି ଫାଣ୍ଡି ଅଧିକାରୀ  ଏଏସ୍‌ଆଇ ଦେବେନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe