ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅନୁପଳି କେନାଲ ବ୍ରିଜ୍ ତଳ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବରଗଡ଼ ଜିଲ୍ଲା ସଦର ଘୁଲିପାଲି ଗାଁର ନିରୋଜ କୁମାର ପୋଢ଼ ବୋଲି ଜଣାପଡିଛି। ଖବର ଅନୁଯାୟୀ, ନିରୋଜ ବରଗଡ଼ ଜିଲ୍ଲା ମୋଟର ଚାଳକ ସଂଘର ସଭାପତି ରହିଥିଲେ। ମଙ୍ଗଳବାର ସକାଳେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନୁପଳି କେନାଲ ବ୍ରିଜ୍ ତଳେ ତାଙ୍କର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ମୃତକ ବରଗଡ଼ ସଦର ଘୁଲିପାଲି ଗାଁର ନିରୋଜ କୁମାର ପୋଢ଼ ବୋଲି ଜଣାପଡ଼ିଥିଲା।
ବାଇକ୍ ସହ ଯୁବକଙ୍କ ମୃତଦେହ କେନାଲରୁ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
Advertisment
Follow Us